ଭୁବନ – ଭୁବନ ବ୍ଲକ ଅନ୍ତର୍ଗତ ମୃଦଙ୍ଗା ପଂଚାୟତର ନୂଆହାଟ ଠାରେ ଅବସ୍ଥିତ ଆଂଚଳିକ ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉସôବରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ ଭୂଷଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ବର୍ତମାନ ସମାଜରେ ଦିନକୁ ଦିନ ଅସଦାଚରଣ ଓ ଦୁଷ୍କର୍ମ ମାମଲା ବଢି ଚାଲିଛି । ଅସାମାଜିକ ବ୍ୟକ୍ତି ମାନଙ୍କ କବଳରୁ ଉଦ୍ଧାର ପାଇବା ଓ ପ୍ରତିହତ କରିବା ସକାଶେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ଆନୁକୂଲୟରେ ଛାତ୍ରୀ ଆତ୍ମରକ୍ଷା ଶିବିର ଅନୁÂିତ ହେଉଅଛି । ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ପ୍ରମୋଦ କୁମାର ଦାସ,ପ୍ରଫୁଲ୍ଲ ରାଉତ,ଅମ୍ବୁଜ କୁମାର ଜେନା,ସନ୍ତୋଷ କୁମାର ସ୍ୱାଇଁ,ଅଧ୍ୟାପିକା ସ୍ୱର୍ଣ୍ଣଲତା ସ୍ୱାଇଁ,ନନ୍ଦିନୀ ବାରିକ ଯୋଗଦେଇ ଛାତ୍ରୀ ମାନଙ୍କ ପାଇଁ ଆତ୍ମରକ୍ଷା ତାଲିମ ର ଉପାଦେୟତା ଓ ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ତାଲିମ ଶିବିର ର ସଂଯୋଜକ ତଥା କ୍ରୀଡାଶିକ୍ଷକ କାର୍ତିକ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ମିତାରାଣୀ ପୃଷ୍ଟି ଓ ଅମ୍ବ୍ରିତା ସାହୁ ପ୍ରଶିକ୍ଷାର୍ଥୀ ଭାବେ ଯୋଗଦେଇ ୧୨୮ ଜଣ ଛାତ୍ରୀ ଙ୍କୁ ଆତ୍ମରକ୍ଷା କୌଶଳ ସଂପର୍କରେ ତାଲିମ ଦେଇଥିଲେ । ୧୨ ଦିନ ଧରି ଚାଲିଥିବା ଏହି ପ୍ରଶିକ୍ଷଣ ଶିବିରରେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।
Related Stories
October 25, 2024