ବଲାଙ୍ଗିର,ବଲାଙ୍ଗିରର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ‘କିରଣ’ ଓ ରାଧାକୃଷ୍ଣ ମନ୍ଦିର ତରଫରୁ ୧୩ ତମ ହରିହରଙ୍କ ଭେଟ ଓ ଦୋଳ ପୂର୍ଣ୍ଣିମା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ସନ୍ଧ୍ୟାରେ ସୁସଜ୍ଜିତ ବିମାନ ଯୋଗେ ଦେବ ଦେବ ମହାଦେବ ଶ୍ରୀହରଙ୍କୁ ଶାସ୍ତ୍ରୀନଗର ଠାରୁ ଶତାଧିକ ଭକ୍ତ ବାଜା ଓ ଫଗୁଣର ରଂଗରେ ଶୋଭାଯାତ୍ରାରେ ନେଇ ପଡା ପରିକ୍ରମା କରି ଆରଟିଓ ଛକ, ରେଡିଓ ଷ୍ଟେସନ କଲୋନି ମଧ୍ୟ ଦେଇ ପେଲେସ ଲାଇନ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପହଂଚି ଥିଲେ । ସେଠାରେ ଶ୍ରୀ ହରି ଓ ଶ୍ରୀହରଙ୍କ ମିଳନ ଫଗୁ ରଂଗରେ ଏକ ଭକ୍ତିଭରା ପରିବେଶରେ ଅନୁଷ୍ଠିତ ହୋଇଥିଲା । ମିଳନ ପରେ ଶ୍ରୀ ହରିହରଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଆଳତି ଅନୁଷ୍ଠିତ ହୋଇଥିଲା । ଶ୍ରୀହରଙ୍କ ପକ୍ଷରୁ ସନ୍ତୋଷ କୁମାର ସା ଓ ପଦ୍ମିନୀ ସା ଓ ଶ୍ରୀହରିଙ୍କ ପକ୍ଷରୁ ପ୍ରଭାତ ସାହୁ ଓ ଜ୍ୟୋସ୍ନାମୟୀ ସାହୁ କର୍ତ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ । ପୂଜାର୍ଚ୍ଚନା ଓ ହୋମ ଯଜ୍ଞ ରାଧାକୃଷ୍ଣ ମନ୍ଦିର ପୂଜକ ଅଜୟ ମିଶ୍ର ଓ ଖଗେଶ୍ଵର ମିଶ୍ର ସୁନ୍ଦର ଭାବରେ ପରିଚାଳନା କରିଥିଲେ ।
ଏହି ଉପଲକ୍ଷେ ଏକ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ଓ ଭକ୍ତମାନେ ନାଚଗିତରେ ମଜ୍ଜିଯାଇଥିଲେ । ଶେଷରେ ପ୍ରସାଦ ସେବନ ସହ ପୂଜା କାର୍ଯ୍ୟ ସମାପ୍ତ ହୋଇଥିଲା । କିରଣର ସଂଗଠକ ମଧୁ ସାହୁ, ସଭାପତି ନରେନ୍ଦ୍ର ପଧାନ, ସଂପାଦକ ନୟନ କୁମାର ସା, ତ୍ରିଲୋଚନ ସିଂହ, ଭାଗବତ ସାହୁ, ବିଳାସ ସାହୁ, କାଂଚନ ବିଶି, ଗୁଣ ହଂସ, ଫିକିର ମୋହନ ସାହୁ, ଭାଷ୍କର ନାୟାର, ପଦ୍ମିନୀ ସାହୁ, ପଦ୍ମାଳୟା ଦାସ, ଦମୟନ୍ତି ସାହୁ, ଶୋଭାବିତ ସାହୁ ଓ କିରଣ ମହିଳା ସ୍ଵୟଂ ସହାୟକ ଗୋଷ୍ଠିର କର୍ମକର୍ତା ଓ ବହୁ ଭକ୍ତ ସାମିଲ ହୋଇଥିଲେ । ଅପରପକ୍ଷେ ରାଧାକୃଷ୍ଣ ମନ୍ଦିର କମିଟି ଜୟଚନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ସୁଧିର ଚାନ୍ଦ, ଓମ୍ ପ୍ରକାଶ ଚାନ୍ଦ, ବି.ବି. ହୋତା ଓ ଅନ୍ୟ ସଭ୍ୟ ସଭ୍ୟା ସହ ବହୁ ଭକ୍ତ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।