ନୂଆଦିଲ୍ଲୀ,ଫିଲ୍ମ ଜଗତ ସହ ଜଡିତ ସୁନାମଧମ୍ୟ ବ୍ୟକ୍ତିତ୍ୱ ସତୀଶ କୌଶିକଙ୍କ ଅସମାୟିକ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ସେ ଜଣେ ଅତ୍ୟନ୍ତ ପ୍ରତିଭାସମ୍ପନ୍ନ ବ୍ୟକ୍ତିଥିଲେ ଯିଏ କି ତାଙ୍କର ବିଚକ୍ଷଣ ଅଭିନୟ ଓ ନିର୍ଦେଶନା ଜରିଆରେ ଲୋକ ମାନଙ୍କର ହୃଦୟ ଜିତି ପାରିଥିଲେ । ତାଙ୍କ ଦ୍ୱାରା କରାଯାଇଥିବା କାମ ଦର୍ଶକ ମାନଙ୍କର ମନୋରଂଜନ କରୁଥିବ । ତାଙ୍କର ପରିବାର, ପ୍ରଶଂସକ ମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।