-
ବିଜୁ ବାବୁଙ୍କ ନାଁରେ ହୋଇଥିବା ଯୋଜନା ଗୁଡିକ ମଧ୍ୟ ବଜେଟରେ ଟୋକେନ ରାଶିରେ ସୀମିତ
-
୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶୃତି କୁଆଡେ ଗଲା?
ଭୁବନେଶ୍ୱର ,ଏକ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ବିକାଶ ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ମିଳିତ ଦାୟୀତ୍ୱ ରହିଛି । କିନ୍ତୁ ଓଡିଶାରେ ରାଜ୍ୟ ସରକାରଙ୍କର ନିଜସ୍ୱ ଯୋଜନା, ଯେଉଁ ସବୁ ଯୋଜନାକୁ ନେଇ ଦିନେ ରାଜ୍ୟ ସରକାର ଓଡିଶା ଲୋକଙ୍କୁ ସ୍ୱପ୍ନ ଦେଖାଇଥିଲେ ସେ ସବୁ ଆଜି ଦେବାଳିଆ ଓ କେବଳ ପ୍ରଚାର ସର୍ବସ୍ୱ ହୋଇଛି । ଏମିତିକି ବିଜୁ ବାବୁଙ୍କ ନାଁରେ ହୋଇଥିବା ଯୋଜନା ଗୁଡିକ ମଧ୍ୟ ବଜେଟରେ ଟୋକେନ ରାଶିରେ ସୀମିତି ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।
ସାଧାରଣ ଲୋକମାନଙ୍କର ୭ଟି ମୌଳିକ ଆବଶ୍ୟକତା ଯଥା ପକ୍କାଘର, ଚାଉଳ, ବିଜୁଳି, ପିଇବା ପାଣି, ରାସ୍ତା, ଯୁବକମାନଙ୍କର ଆତ୍ମ ନିଯୁକ୍ତି ଆଦି ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯୋଜନାର ତୁଳନାତ୍ମକ ଚିତ୍ର ଦେଖାଇ ବିଜେପି ଅଭିଯୋଗ କରିଛି ଯେ ଓଡିଶାରେ ଯାହାବି ହେଉଛି ସବୁ କିଛି କେନ୍ଦ୍ର ସରକାରଙ୍କ ଯୋଜନାରେ ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ରାଜ୍ୟରେ ୬ ବର୍ଷ ଭିତରେ ୧୮ ଲକ୍ଷ ୨୮ ହଜାରରୁ ଅଧିକ ପକ୍କାଘର ନିର୍ମାଣ ସରିଲାଣି, ଆଉ ୯ ଲକ୍ଷ ୫୮ ହଜାର ପକ୍କାଘର ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ଅର୍ଥ ଆବଂଟିତ କରିଛନ୍ତି । ଯେଉଁଠି ରାଜ୍ୟ ସରକାରଙ୍କ ଯୋଜନା ବଜି ୁ ପକ୍କା ଘରରେ ବିଗତ ତିନି ବର୍ଷରେ ମାତ୍ର ୩୩୦୯ଟି ଘର ନିର୍ମାଣ ହୋଇଛି ବୋଲି ବିଧାନସଭାରେ ସରକାର କହଛନ୍ତି ।
୨୦୧୯ ସୁଦ୍ଧା ରାଜ୍ୟରେ ଆଉ କେହି କଚ୍ଚା ଘରେ ରହିବେନି ବୋଲି ମୁଖ୍ୟମନ୍ତ୍ରୀ ୨୦୧୪ରେ କହିଥିଲୋ କଅୁ ।ଡେ ଗଲା ସେହି ପ୍ରତିଶୃତି? କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିପୁଳ ସଂଖ୍ୟାରେ ଘର ନିର୍ମାଣ ହେଉଥିବା ବେଳେ ବିଜୁ ପକ୍କାଘର ଯୋଜନାରେ କାହିଁକି ନିର୍ମାଣ ହୋଇପାରୁନାହିଁ ବୋଲି ଅନିଲ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ର ସରକାରଙ୍କର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୩ କୋଟି ୨୫ ଲକ୍ଷ ଲୋକ ମାସକୁ ୫ କିଲୋ ଖାଦ୍ୟାନ୍ନ ପାଉଥିବା ବେଳେ ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ମାତ୍ର ୮ ଲକ୍ଷ ଲୋକ ଲାଭାନ୍ୱିତ ହେଉଛନ୍ତି । ଯେଉଁ ବିଜୁ ଜନତା ଦଳ ମାସକୁ ୧୦ କିଲୋ ଚାଉଳ ଦିଆଯାଉ ବୋଲି ବାରମ୍ବାର ଦାବି କରୁଥିଲା ରାଜ୍ୟ ବଜେଟରେ ୨୬ ହଜାର କୋଟିର ବଳକା ରାଶି ଥିବା ସତ୍ୱେ ରାଜ୍ୟ ସରକାର ତାହା କରିଲେ ନାହିଁ । ଏହା ଓଡିଶାର ଗରିବ ଲୋକଙ୍କ ପ୍ରତି ବିଜେଡିର ପ୍ରତାରଣା ନୁହେଁ କି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଓଡିଶାରେ କେନ୍ଦ୍ର ସରକାରଙ୍କର ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ କରଣ ଯୋଜନା ରେ ସମସ୍ତ ରେଭେନ୍ୟୁ ଗାଁ ଓ ସୌଭାଗ୍ୟ ଯୋଜନାରେ ୨୪ ଲକ୍ଷ ୫୨ ହଜାର ପରିବାରଙ୍କୁ ମାଗଣା ବିଜୁଳି ସଂଯୋଗ ଯୋଗାଇଦେବାର ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଛନ୍ତି । ରାଜ୍ୟ ସରକାରଙ୍କ ଯୋଜନା ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ରେ ରାଜ୍ୟରେ ଥିବା ନନ ରେଭିନ୍ୟୁ ଭିଲେଜ ଯଥା ପଡା ଗାଁ, ହାମଲେଟରେ ରହୁଥିବା ପରିବାରଙ୍କୁ ବିଜୁଳି ସଂଯୋଗ ଯୋଗାଇ ଦେବେ ବୋଲି ସରକାର କହିଥିଲେ । ହେଲେ ଆଜି ପର୍ଯ୍ୟନ୍ତ କେତେ ପଡା ଗାଁକୁ ବିଜୁଳି ସଂଯୋଗ ହେଲା ରାଜ୍ୟ ସରକାର କହିବେ କି? କାହିଁକି ଆଜିବି ଅନେକ ପଡା ଗାଁ, ହାମଲେଟରେ ବିଜୁଳି ସଂଯୋଗ ପହଂଚିପାରିନି ତାର ଉତର ରାଜ୍ୟ ସରକାର ଦେବେ କି ବୋଲି ଅନିଲ ପ୍ରଶ୍ନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ୨୦୧୭ ରୁ ୨୦୨୦ ଭିତରେ ମାତ୍ର ୩ ବର୍ଷରେ ଓଡିଶାରେ ୨୦ ହଜାର ୫୬୮ କିମି ନିର୍ମାଣ ହୋଇଛି । ରାଜ୍ୟ ସରକାରଙ୍କ ନିଜସ୍ୱ ଯୋଜନା ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆରମ୍ଭ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରଥି ିଲେ ଯେ ୧୦ ବର୍ଷରେ ୧୦ ହଜାର କିମିର ରାସ୍ତା ନିର୍ମାଣ କରିବେ ବୋଲି । ହେଲେ ୮ ବର୍ଷରେ ନିର୍ମାଣ କରିଛନ୍ତି ମାତ୍ର ୩ ହଜାର ୯ ଶହ କିମିର ରାସ୍ତା । ଅର୍ଥାତ ବର୍ଷକୁ ୧ ହଜାର କିମି ରାସ୍ତା ଯାଗାରେ ହେଉଛି ମାତ୍ର ୪୦୦ ରୁ ୫୦୦ କିମି । କାହିଁକି ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ମନ୍ଥର ହୋଇଯାଇଛି ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।
ଜଳ ଜୀବନ ମିଶନ ନରେନ୍ଦ୍ର ମୋଦିଙ୍କର ସରକାର ଆରମ୍ଭ କରିବା ପୁର୍ବରୁ ଓଡିଶାରେ ଗ୍ରାମାଂଚଳରେ ମାତ୍ର ୩ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା ଥିଲା । ଏବେ ଓଡିଶାରେ ଗ୍ରାମାଂଚଳରେ ୫୭ ପ୍ରତିଶତ ପରିବାରଙ୍କ ପାଖରେ ଟ୍ୟାପ ଯୋଗେ ପିଇବା ପାଣି ମିଳୁଛି । ରାଜ୍ୟ ସରକାର ଏକ ଯୋଜନା ଆରମ୍ଭ କରିଥିଲେ ଯାହାର ନାଁ ହେଉଛି ବସୁଧା । ରାଜ୍ୟ ସରକାର କହିବେ କି ବସୁଧା ଯୋଜନାରେ କେତେ ପରିବାରଙ୍କ ପାଖରେ ପିଇବା ପାଣି ପହଂଚିଛି ? ବସୁଧା ଯୋଜନା କେବଳ ଜଳ ଜୀବନ ମିଶନର ନାଁକୁ ହାଇଜ୍ୟାକ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।