ଭୁବନ – ଭୁବନ ଏନଏସି ଅନ୍ତର୍ଗତ ୪ ନମ୍ବର ବ୍ୱାର୍ଡ ଶ୍ରୀବସô ଭଗୀରଥପୁର ଶାସନ ନିବାସୀ ଶରତ ଚନ୍ଦ୍ର ମିଶ୍ର (୭୭) ଗତ ଗୁରୁବାର ମଧ୍ୟରାତ୍ରରେ ପରଲୋକ ଗମନ କରିଛନ୍ତି । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ସେ ଗତ କିଛି ଦିନ ହେଲା ଶଯ୍ୟାଶାୟୀ ଥିଲେ । ଅନ୍ତିମଶଯ୍ୟା ନିକଟରେ ତାଙ୍କ ୩ ପୁଅ ଆଶୁତୋଷ ,ଚିତ ରଂଜନ,ଜ୍ୟୋତି ରଂଜନ,ବୋହୁ ସୁଚିତ୍ରା,ସ୍ନିଗ୍ଧାସିନି,ସ୍ୱାଗତିକା ଙ୍କ ସମେତ ନାତି ନାତୁଣୀ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଶରତ ବାବୁ ଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଘରେ ପହଁଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଆଶୁତୋଷ ମିଶ୍ର ମୁଖାଗ୍ନି ଦେଇଥିଲେ । ଜଣେ ବିଶିଷ୍ଟ ସମାଜସେବୀ ,ଧର୍ମ ପରାୟଣା,ପରୋପକାରୀ,ସ୍ନେହୀ,ଦୟାଳୁ ବ୍ୟକ୍ତି ଭାବେ ପରିଚିତ ଥିଲେ । ସ୍ୱର୍ଗତ ଶରତ ବାବୁ ଙ୍କ ପ୍ରେରଣା ରେ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ନିମନ୍ତେ ତାଙ୍କ ବାସ ଭବନରେ ସ୍ୱେଚ୍ଛାସେବୀ ଅନୁÂାନ ” ଜଗବନ୍ଧୁ ଜରାଶ୍ରମ” ଖୋଲାଯାଇଥିଲା । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।
Related Stories
October 25, 2024