ମାଲକାନଗିରି – ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇ ଜଣେ ଯୁବକଙ୍କ ମୂତ୍ରାଶୟରୁ ୨ କେଜି ଓଜନର ୧ ୨ ସେଣ୍ଟିମିଟର ବିଶିଷ୍ଟ ଏକ ପଥର କଢ଼ାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ମାଥିଲି ବ୍ଲକ କୀଆଙ୍ଗ ପଞ୍ଚାୟତ ଯାମୁଗୁଡା ଗ୍ରାମର ଇର୍ମା ପଡ଼ିଆମିଙ୍କ ପୁଅ ଦେବା ପଡ଼ିଆମି (୨ 0) ଦୀର୍ଘ ଦିନ ହେଲା ମୂତ୍ରାଶୟରେ ଯନ୍ତ୍ରଣା ଅନୁଭବ କରିବାସହ ପରିସ୍ରା କରିପାରୁନଥିଲେ । ସେ ବିଭିନ ସ୍ଥାନରେ ଡ଼ାକ୍ତର ଦେଖାଇ ଔଷଧ ଖାଇବା ପରେ ମଧ୍ୟ ଭଲ ନହେବାରୁ ମୁଖ୍ୟ ଚିକିତ୍ସାଳୟରେ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ସପନ କୁମାର ଦିଣ୍ଡାଙ୍କୁ ଦେଖାଇଥିଲେ । ଡାକ୍ତର ତାଙ୍କୁ ଔଷଧ ଖାଇବାକୁ ଦେଇ ପରେ ଅପରେସନ କରିବାକୁ ପରାମର୍ଶ ଦେଇଥିଲେ । ଡାକ୍ତର ଶ୍ରୀ ଦିଣ୍ଡାଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଦୀର୍ଘ ଦୁଇ ଘଣ୍ଟା ଧରି ଅସ୍ତ୍ରୋପଚାର କରିବାପରେ ସଫଳତାର ସହ ଦେବାଙ୍କ ମୂତ୍ରାଶୟରୁ ଦୁଇ କେଜି ଓଜନର ବାର ସେଣ୍ଟିମିଟର ବିଶିଷ୍ଟ ଏକ ଅଣ୍ଡା ଆକୃତିର ପଥର କାଢ଼ିବାରେ ସକ୍ଷମ ହୋଇଥିଲେ । ବର୍ତମାନ ଦେବା ସୁସ୍ଥ ଥିବା ବେଳେ ଡାକ୍ତରଙ୍କ ଏହି ସଫଳ ଅସ୍ତ୍ରୋପଚାରକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
Related Stories
October 25, 2024