କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ସମାଜ ଗଠନ ପାଇଁ ଉଭୟ ପୁରୁଷ ଓ ନାରୀ ମାନଙ୍କର ସମାନ ଭୂମିକା ରହିଥାଏ । ନାରୀ ପୁରୁଷଙ୍କ ମଧ୍ୟରେ ସମ୍ପର୍କ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି ଅଙ୍ଗା ଅଙ୍ଗି ଭାବରେ ପରସ୍ପର ଜଡ଼ିତ । ଆନ୍ତର୍ଜାତିୟ ମହିଳା ଦିବସ ଓ ସପ୍ତାହ ଉପଲକ୍ଷେ ସଖୀ, ୱାନ୍ ଷ୍ଟପ ସେଣ୍ଟର ତରଫରୁ ୩ ଦିନ ବ୍ୟାପି ରାଲି , କୁଇଜ
ପ୍ରତିଯୋଗିତା ଓ ବୈଠକ କରାଯାଇଅଛି ।୦୩ ମାର୍ଚ୍ଚ ୨୦୨୩ ରିଖରେ ଜନ ସଚେତନତା କରିବା ନିମନ୍ତେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ଶୋଭା ଯାତ୍ରା ସଖୀ କେନ୍ଦ୍ର, ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କ୍ୟାମ୍ପସ ଠାରୁ ଆରମ୍ଭ ହୋଇ ଜିଲ୍ଲା ସ୍କୁଲ, ଘୋଡାବାଜର ରେଳ ଷ୍ଟେସନ୍ ପର୍ଯ୍ୟନ୍ତ
କରାଯାଇଥିଲା । ସମନ୍ବିତ ଶିଶୁ ବିକାଶ ଯୋଜନା, ପୁରୀ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ଆନ୍ତର୍ଜାତୀୟ ମହିଳା ଦିବସ ଓ ସପ୍ତାହର ଏକ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକଟି DSSO, ଶୁଭ୍ରାଂଶୁ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ କରାଯାଇଥିଲା । ଜିଲ୍ଲା ମହିଳା ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ଶର୍ମିଷ୍ଠା ହୋତା,ଡି.ପି.ଏଚ.ସି.ଓ , ସଖୀ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ବିଜୟଲକ୍ଷ୍ମୀ ବଡ଼ଜେନା, ସମନ୍ବିତ ଶିଶୁ ବିକାଶ ଯୋଜନା, ପୁରୀ ମ୍ୟୁନିସିପାଲିଟିର ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ସଂଯୁକ୍ତା କାନୁନଗୋ, ମଣ୍ଡଳ ପରିଦର୍ଶିକା
ସ୍ବୟଂ ସହାୟକ ଗୋଷ୍ଠୀର ସମ୍ପାଦିକା ଓ ସଭାପତି, ସ୍ବାଧାର, ଉଜ୍ଜଲା ହୋମ୍ ର କର୍ମଚାରୀ ଓ ସିସିଆଇ ର କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ତ୍ବରାନ୍ବିତ କରିଥିଲେ । ୩ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟା ୫ ଘଟିକା ସମୟରେ ସ୍ମାର୍ଟ ବଜାର, ବଡଦାଣ୍ଡ ପୁରୀ ଠାରେ ଜିଲ୍ଲା ମହିଳା ସୁରକ୍ଷା
ଅଧିକାରିଣୀ ଶର୍ମିଷ୍ଠା ହୋତାଙ୍କ ଅଧ୍ୟକ୍ଷତାରେ ମହିଳା ଓ ବାଳିକା ମାନଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା କରାଯିବା ସହିତ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
Related Stories
November 22, 2024