ପୁରୀ ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ଆଦିତ୍ଯ ବାହିନୀ ଦ୍ବାରା ଏକ ନିତ୍ଯ ନିଶୁଳ୍କ ଆକ୍ୟୁପ୍ରେସର ଓ ଚୁମ୍ବକୀୟ ଚିକିତ୍ସା ଓ ପ୍ରଶିକ୍ଷଣ ନିମନ୍ତେ ଆଦିତ୍ଯ ଚିକିତ୍ସା କେନ୍ଦ୍ର ପ୍ରଦେଶ ଅଧ୍ୟକ୍ଷ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ଦ୍ବାରା ଉଦ୍ଘାଟନ ହୋଇଅଛି । ଏହି ଚିକିତ୍ସା ପ୍ରତ୍ୟେକ ଦିନ ଅପରାହ୍ନ ୪ ଟା ରୁ ୬ଟା ପର୍ଯ୍ୟନ୍ତ ଆଦିତ୍ଯ ବାହିନୀର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଓଡିଶା ସ୍ବାସ୍ଥ୍ୟ ସଂଘ, ଆଦିତ୍ଯ ବାହିନୀ ଓ ଆନନ୍ଦ ବାହିନୀର ପ୍ରଶିକ୍ଷିତ କାର୍ଯ୍ୟକର୍ତ୍ତା ମାନେ ପ୍ରଦାନ କରିବେ । ଏହି ଚିକିତ୍ସା ସେବା ଦ୍ବାରା ଆଣ୍ଠୁଗଣ୍ଠି ବାତ ରୋଗ, ସ୍ନାୟୁଗତ ରୋଗ, ମେରୁଦଣ୍ଡରେ ଯନ୍ତ୍ରଣା, ମଧୁମେହ ଓ ଅମ୍ଳ ରୋଗୀମାନେ ଉପସମ ପାଇବେ । ଓଡିଶା ସ୍ବାସ୍ଥ୍ୟ ସଂଘର ପ୍ରତିଷ୍ଠାତା ସଦସ୍ଯ ବିକାଶ ସାହୁ, ସମ୍ପାଦକ ସୌମିତ୍ର ଦାସ, ଶ୍ରୀ ହରେକୃଷ୍ଣ ଖୁଣ୍ଟିଆ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇ ପୁରୀରେ ଏଭଳି କେନ୍ଦ୍ରରେ ସେବା ଦେବା ଆମ ପାଇଁ ସୌଭାଗ୍ଯ ର କଥା ବୋଲି ମତବ୍ୟକ୍ତ କରିଥିଲେ । ଆଦିତ୍ଯ ବାହିନୀର ନଗର ଅଧ୍ୟକ୍ଷ ଶ୍ରୀ ଗଣେଶ୍ଵର ମହାସୁଆର, ବିଶ୍ଵଶାନ୍ତି ତ୍ରିପାଠୀ, ରଂଜନ ଅଗ୍ରୱାଲ, ସୁରେଶ କର, ସୁୟସ ପ୍ରଶାନ୍ତ, ହେମଚନ୍ଦ୍ର ଝା, ଶାଗର କୁମାର, ସ୍ବପ୍ନା, ଅନ୍ନପୂର୍ଣ୍ଣା ସତପଥୀ, ଶ୍ରୀରାମ ପ୍ରଧାନ, ଲୀନା ସାହୁ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଦିତ୍ୟ ବାହିନୀର କ୍ଷେତ୍ରୀୟ ସମ୍ପାଦକ ଦେବାଶିଷ ମିଶ୍ର ଏହି ସୂଚନା ପ୍ରଦାନ କରିଛନ୍ତି |
Related Stories
November 22, 2024