ଭଦ୍ରକ, ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆନ୍ଦୋଳନ ଡାକରାରେ ରବିବାର ଭଦ୍ରକ ଶିକ୍ଷକ ସଂଘର ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ଜିଲ୍ଲା ସଭାପତି ଅରବିନ୍ଦ ଦୀକ୍ଷିତ ସଭାପତିତ୍ୱ କରିଥିବା ବେଳେ ୭ଟି ବ୍ଲକର ସମସ୍ତ ଶିକ୍ଷକ ନେତା ଉପସ୍ଥିତ ହୋଇଥିଲେ । ରାଜ୍ୟ ସଂଘର ବରିଷ୍ଠ ଶିକ୍ଷକ ଖଗେନ୍ଦ୍ର ନାଥ ପାଳ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଗତ ନଭେମ୍ବର ମାସଠାରୁ ପ୍ରାଥମିକ ଶିକ୍ଷକମାନେ ୩ ଦଫା ଦାବିରେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାରଙ୍କଠାରୁ କୌଣସି ସୁଫଳ ମିଳିନାହିଁ । ୬ ବର୍ଷର ଶିକ୍ଷା ସହାୟକ ସମୟକୁ ମୂଳ ଚାକିରିରେ ଗଣନା କରି ୬ଟି ନୋସନାଲ ଇନ୍କ୍ରିମେ ଦେବା, କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଏବଂ ପୁରୁଣା ପେନ୍ସନ୍ ଲାଗୁ କରିବା ଦାବିରେ ଆନ୍ଦୋଳନ ଚାଲୁ ରହିଛି ସରକାର ପ୍ରାଥମିକ ଶିକ୍ଷକଙ୍କ ଦାବି ପୂରଣରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହି ଶିକ୍ଷକମାନେ ଆସନ୍ତା ୧୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବାକୁ ନିଷ୍ପ ି ନିଆ ଯାଇଛି ।
Related Stories
November 22, 2024