
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଗତ 9 ବର୍ଷରେ ଭାରତର ଅର୍ଥନୀତିର ମୂଳ ସିଦ୍ଧାନ୍ତକୁ ମଜବୁତ କରିବାକୁ ସରକାରଙ୍କ ପ୍ରୟାସର ଉଲ୍ଲେଖ କରି କହିଛନ୍ତି ଯେ ଆଜି ଭାରତକୁ ବୈଶ୍ୱିକ ଅର୍ଥନୀତିର ବ୍ରାଇଟ ସ୍ପଟ ବୋଲି କୁହାଯାଉଛି ।
ପ୍ରଧାନମନ୍ତ୍ରୀ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ବିକାଶର ସୁଯୋଗ ଉତ୍ପନ୍ନ କରିବାକୁ ବିତୀୟ ସେବାର କ୍ଷମତା ବଢାଇବା ବିଷୟରେ ବଜେଟ ପରର ୱେବିନାରର ସିରିଜକୁ ସମ୍ବୋଧିତ କରି ଏହା କହିଛନ୍ତି।
ସେ କହିଛନ୍ତି ଯେ ସରକାର ଏହି ୱେବିନାର ମାଧ୍ୟମରେ ବଜେଟର କ୍ରିୟାନ୍ୱୟନରେ ସାମୁହିକ ସ୍ୱାମିତ୍ୱ ଓ ସମାନ ଭାଗିଦାରୀର ମାର୍ଗକୁ ପ୍ରଶସ୍ତ କରୁଛନ୍ତି, ଯେଉଁଠାରେ ହିତଧାରକ ମାନଙ୍କର ବିଚାର ଓ ପରାମର୍ଶ ଅତ୍ୟଧିକ ଗୁରୁତ୍ୱ ବହନ କରିଥାଏ ।