ମାଲକାନଗିରି, ନେହେରୁ ଯୁବ କେନ୍ଦ୍ର ସଂଗଠନ ମାଲକାନଗିରି ସହଯୋଗରେ ବାଲିମେଳା ଅଗ୍ରଣୀ କ୍ଳବ୍ ସହିଦ୍ ଗୋପି ପୂଜାରୀ ଯୁବ ସାଂସ୍କୃତିକ ପରିଷଦ ଦ୍ବାରା ବାଲିମେଳା ଟାଉନ୍ ହଲ୍ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ଆଜି ଏକ ଦିବସୀୟ ମହିଳା ସଶକ୍ତିକରଣ, ଯୁବ ଶକ୍ତି ଦକ୍ଷତା ବିକାଶ, ବାଲ୍ୟ ବିବାହ ନିରୋଧ ଓ ମଦମୁକ୍ତି ଉପରେ ଏକ କର୍ମଶାଳା ଓ ସେଚେତନତା ଶିବିର ଆୟୋଜନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ବାଲିମେଳା ବିଜ୍ଞାପିତ ପରିଷଦର ନଗରପାଳ ପ୍ରଦୀପ ନାୟକ, କୋରୁକୁଣ୍ଡା ଶିଶୁ ବିକାଶ ଯୋଜନା ଅଧିକାରୀ ନିଳୀମା ରାଣୀ ମଣ୍ଡଳ, ପ୍ରଶିକ୍ଷଣ ଅଧିକାରୀ ବିପିନ୍ ବିହାରୀ ଶତପଥୀ, ଆଦିବାସୀ ବିକାଶ ମଞ୍ଚର ପରାମର୍ଶଦାତା ଜୟନ୍ତୀ ବୁରୁଦା, ବାଲିମେଳା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ କଙ୍କଣ କୁମାର ବିଶ୍ଵାସ, ନେହେରୁ ଯୁବକେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ହରିଶ୍ ଚନ୍ଦ୍ର ରୂପାଲ୍ ଓ ଆନ୍ତର୍ଜାତିକ ମାନଵ ଅଧିକାର କାଉନସିଲ ଉପସଭାପତି ଦେବବ୍ରତ ବେହେରା ଯୋଗଦେଇ ମହିଳା ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣରେ ମହିଳାଙ୍କ ସକ୍ରିୟ ଚିନ୍ତାଧାରା ଓ ମହିଳା ଓ ଯୁବ ସ୍ବାବଲମ୍ବୀ ଦିଗରେ ଥିବା ସରକାରୀ ସୁବିଧା ଓ ନିଶା ମୁକ୍ତ ମଣିଷ ସମାଜ ଗଠନ ଉପରେ ଆଲୋକପାତ କରିଥିଲେ। ମହିଳା ମାନଙ୍କୁ ନେଇ ମହିଳା ସଶକ୍ତିକରଣ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇଥିଲା।
କାର୍ଯ୍ୟକ୍ରମକୁ ଦେବାଶିଷ କର ଓ ଟୁକୁଲା ପ୍ରଧାନ ପରିଚାଳନା କରିଥିଲେ। ଏଥିରେ ବାଲିମେଳା ଅଞ୍ଚଳର ୧୪୩ ମହିଳା ଓ କିଶୋରୀ ଉପସ୍ଥିତ ଥିଲେ।