
ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନୌଷଧି ପ୍ରକଳ୍ପର ଉପଲବ୍ଧିକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ଭାଇ ମଣ୍ଡାଭିୟାଙ୍କ ଏ ସମ୍ପର୍କିତ ଏକ ଟ୍ୱିଟକୁ ରି ଟ୍ୱିଟ କରି କହିଛନ୍ତି ଯେ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଜନୌଷଧି ପ୍ରକଳ୍ପର ଉପଲବ୍ଧି ଖୁବ ସନ୍ତୋଷପ୍ରଦ । ଏହା ଦ୍ୱାରା କେବଳ ଯେ ଚିକିତ୍ସାରେ ଖର୍ଚକୁ ନେଇ କୋଟି କୋଟି ଲୋକଙ୍କ ଚିନ୍ତା ଦୂର ହୋଇ ନାହିଁ ବରଂ ସେମାନଙ୍କର ଜୀବନ ମଧ୍ୟ ସରଳ ହୋଇ ପାରିଛି ।