ଧର୍ମଶାଳା – ଯାଜପୁର ଜିଲା ବଡଚଣା ବ୍ଲକ ପାରିଆ ପଂଚାୟତ ଅନ୍ତର୍ଗତ ଅମୀୟଝରୀ ଗ୍ରାମର ମନୋଜ ସ୍ୱାଇଁ(୫୯) ଉଦରଜନିତ କର୍କଟ ରୋଗରେ ପୀଡିତ ହୋଇ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ପ୍ରତ୍ୟେକ ଦିନ ଔଷଧ ବାବଦକୁ ବହୁ ଅର୍ଥର ଆବଶ୍ୟକତା ଥିବାବେଳେ ଅର୍ଥାଭାବ ଚିକିତ୍ସାରେ ବାଧକ ସାଜିଛି । ପରିବାରର ସେ ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ଚିକିତ୍ସା ନିମନ୍ତେ ଅର୍ଥ ଯୋଗାଡ କରିବା ପରିବାର ପାଇଁ କଷ୍ଟକର ହୋଇପଡିଛି । ଫଳରେ ସଠିକ୍ ସମୟରେ ସଠିକ୍ ଚିକିତ୍ସା ହୋଇନପାରି ମନୋଜଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ବିଗିଡିବାରେ ଲାଗିଛି । ମନୋଜ ଦିର୍ଘଦିନ ଧରି ଅମୀୟଝରୀ ବଜାରରେ କ୍ଷୁଦ୍ର ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଏବେ ସେ ରୋଗ ଶଯ୍ୟାରେ ପଡିବାରୁ ତାଙ୍କ ବ୍ୟବସାୟ ବନ୍ଦ ହେବା ସହ ପରିବାର ଚଳିବା କଷ୍ଟକର ହୋଇପଡିଛି । ମନୋଜଙ୍କ ପତ୍ନୀ ଜୋସ୍ନା ସ୍ୱାମୀଙ୍କ ଚିକିତ୍ସା ପାଇଁ ଯାଜପୁର ଜିଲାପାଳ କିମ୍ବା କେହି ବଦାନ୍ୟ ବ୍ୟକ୍ତି ସହାୟତା କରିବା ପାଇଁ ନିବେଦନ କରିଛନ୍ତି ।
Related Stories
October 25, 2024