
-
ଜନ ନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି
ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 107 ତମ ଜନ୍ମ ଜୟନ୍ତୀ ଉତ୍ସବ ଉପଲକ୍ଷେ ବ୍ରହ୍ମଗିରି ବ୍ଲକ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବ୍ରହ୍ମଗିରି ବ୍ଲକ ଦାସରଥି ପ୍ୟାଲେସ ଠାରେ ଜୀବନ ବିନ୍ଦୁ ତଥା ‘ଓଡ଼ିଶା ମୋ ପରିବାର’ ଆନୁକୁଲ୍ୟରେ 10.30 ମିନିଟ୍ ସମୟରେ ରକ୍ତ ଦାନ ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିରରେ 68 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି |ଏହି କାର୍ଯ୍ୟକ୍ରମକୁ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଉଦଘାଟିତ କରି ପ୍ରବାଦ ପୁରୁଷଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ଏହା ସହିତ ଉପସ୍ଥିତ ରହି ରକ୍ତ ଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏହା ପରେ ଅପରାହ୍ନରେ ବ୍ରହ୍ମଗିରି ବ୍ଲକ ଅଲାରନାଥ ଲାଇବ୍ରେରୀ ପଡ଼ିଆ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭା କାର୍ଯ୍ୟ ଆରମ୍ଭରୁ ପ୍ରଦୀପ ପ୍ରଜ୍ବଳନ କରି ଜନ ନାୟକଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।
ସଭା କାର୍ଯ୍ୟ ପରିଚାଳନା କରିଥିଲେ ବ୍ରହ୍ମଗିରି ବ୍ଲକ ବିଜୁ ଜନତା ଦଳ ସଭାପତି ବିଦ୍ୟାଧର ସ୍ଵାଇଁ। ଶ୍ରୀ ଦାସବର୍ମା ଜନ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ବକ୍ତବ୍ୟରେ କହିଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓଡ଼ିଆ ଜାତି ତଥା ଓଡ଼ିଶାର ଉତ୍ଥାନ ପାଇଁ ଆଜୀବନ ଉଦ୍ୟମ କରିଥିବା ନେତାଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ। ସେ ଥିଲେ ସାହସୀ, ସ୍ବାଭିମାନୀ, ଯୁଗସ୍ରଷ୍ଟା ଓ ଦୂରଦ୍ରଷ୍ଟା। ରାଜ୍ୟ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ବିଜୁ ବାବୁ ଥିଲେ ବେଶ୍ ପ୍ରଭାବଶାଳୀ । ନେହେରୁ ହୁଅନ୍ତୁ ବା ଇନ୍ଦିରା, ସବୁ ସମୟରେ ବିଜୁବାବୁଙ୍କର ଥିଲା ଅଖଣ୍ଡ ପ୍ରଭାବ। ସାଲିସ ବିହୀନ ରାଜନୀତି ଥିଲା ତାଙ୍କର ମନ୍ତ୍ର। ସେ କହିଥିଲେ ଗ୍ରାମ୍ୟ ଭିତ୍ତିଭୂମି କୁ ସୃଦୃଢ଼ କରିବା କୁ ହେଲେ ମା ମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ। ତାଙ୍କ ସୁପୁତ୍ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଉ ପାଦେ ଆଗେଇ ଯାଇ କହିଲେ ଯେଉଁ ଗାଁ ରେ ଜଣେ ପୁରୁଷ ଯେତିକି ଅଧିକାର ରହିଛି ମହିଳା ମାନଙ୍କର ବି ସେତିକି ଅଧିକାର ଅଛି ସେଥିପାଇଁ 50 ପ୍ରତିଶତ ମହିଳା ସଂରକ୍ଷଣ ପଞ୍ଚାୟତ ରାଜ ବ୍ୟବସ୍ଥାରେ କଲେ। ସେହି ମହାନ ଜନନାୟକଙ୍କୁ ଅନୁସରଣ କରି ଆମେ ସମସ୍ତ ନିର୍ବାଚିତ ପ୍ରତିନିଧି ଯଦି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ଏହା ହିଁ ହେବ ସେହି ମହାନ ଆତ୍ମା ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି।
ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ଵପ୍ନାରାଣି ସ୍ଵାଇଁ, ପୁରୀ ଜିଲ୍ଲା ବିଜୁ ଜନତା ଦଳର ଉପସଭାପତି ସୁରପ୍ରସାଦ ମହାନ୍ତି, ସାଧାରଣ ସମ୍ପାଦକ କାର୍ତ୍ତବିର୍ଯ୍ୟ ସ୍ଵାଇଁ, ବିଜୁ ଜନତା ଦଳ ବରିଷ୍ଠ ନେତା ଭଗବାନ ନାୟକ, ରମେଶ ପଲେଇ, ବ୍ରହ୍ମଗିରି ବ୍ଲକ ଅଧ୍ୟକ୍ଷା ରତ୍ନମାଳା ବେହେରା, ଉପାଧ୍ୟକ୍ଷା ମାଳିନୀ ଦଲାଇ, କୃଷ୍ଣପ୍ରସାଦ ବ୍ଲକ ବିଜୁ ଜନତା ଦଳ ସଭାପତି ଲକ୍ଷ୍ମୀଧର ସାହୁ, ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଉପାଧ୍ୟକ୍ଷ ଶକୁନ୍ତଳା ଗଡ଼ୁ, ବ୍ରହ୍ମଗିରି ବ୍ଲକ ପୂର୍ବତନ ଅଧ୍ୟକ୍ଷଙ୍କ ପ୍ରତିନିଧି କୃଷ୍ଣଚନ୍ଦ୍ର ରାଉତ, ଉପାଧ୍ୟକ୍ଷ ଯୁଧିଷ୍ଠିର ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଜମ୍ବେଶ୍ଵର ସାହୁ, ସନ୍ଦିପ କୁମାର ଜେନା, ପୁରୀ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ନୁନୁ ମିଶ୍ର, ବିଜୁ ମହିଳା ଜନତା ଦଳ ସଭାପତି ପ୍ରତିମା ଜେନା, ଛାତ୍ର ସଭାପତି ଦିପୁ ରଞ୍ଜନ ନାୟକ, କେଭି ଲେଲିନ୍ ଜେନା, ବୃନ୍ଦାବନ ପ୍ରଧାନ, ଜ୍ଞାନ ଚାନ୍ଦ ପ୍ରଧାନ, ବିଜୟ କୁମାର ଦଳାଇ ଓ ମହିଳା ନେତ୍ରୀଙ୍କ ସମେତ ବହୁ ବିଜୁ ପ୍ରେମୀ ଉପସ୍ଥିତ ଥିଲେ।