ପୁରୀ: ଭାରତ ବିକାଶ ପରିଷଦ ସୃଜଗନ୍ନାଥଃଧାମ ଶାଖା ମହିଳା ଓ ବାଲ ସଂସ୍କାର ପ୍ରକଳ୍ପ ତରଫରୁ ଆନିମିଆ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଏକ ରକ୍ତହୀନତା ନିରୂପଣ ଓ ସଚେତନତା ଶିବିର ସ୍ଥାନୀୟ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ରେ ଅନୁଷ୍ଠିତ ହୋଇ ଯାଇଅଛି।
ବିଶ୍ୱବିଦ୍ୟାଳୟ ର ସ୍ନାତକତ୍ତୋର ବିଭାଗ ଅଧକ୍ଷ ଶତ୍ରୁଘନ ପାଣିଗ୍ରାହୀ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ସଚେତନତା ଶିବିରରେ ଭାରତ ବିକାଶ ପରିଷଦ ର ଅଖିଳ ଭାରତୀୟ ସଂଗଠନ ସମ୍ପାଦକ ସୁରେଶ ଜୈନ ଜୀ ଯୋଗ ଦେଇ କହିଲେ ଭାରତ ର ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଛାତ୍ରୀମାନେ ସୁସ୍ଥ ରହିବା ସହିତ ଆତ୍ମବିଶ୍ୱାସର ସହ ଲକ୍ଷସ୍ଥିର ସ୍ଥିର କରି ଆତ୍ମନିର୍ଭର ହୋଇ ପାରିଲେ ସଶକ୍ତ ଭାରତ କୁ ଆହୁରି ସମୃଦ୍ଧ କରାଯାଇପାରିବ । ଆନିମିଆ ମୁକ୍ତ ଭାରତ ଅଭିଯାନ ସମଗ୍ର ଭାରତ ବର୍ଷ ରେ ୧୫୦୦ ଶାଖା ମାଧ୍ୟମରେ ମହିଳା ଓ ବାଲ ସଂସ୍କାର ପ୍ରକଳ୍ପ ଦ୍ବାରା ଲକ୍ଷ ଲକ୍ଷ ମାତୃଶକ୍ତି ଙ୍କ ର ସାଧାରଣ ଜୀବନ ଶୈଳୀ ଓ ପାରମ୍ପରିକ ଖାଦ୍ୟପେୟ ଦ୍ୱାରା କୁପୋଷଣ ଏବଂ ରକ୍ତହୀନତା ଦୂର କରାଯାଇ ପାରିବ ଭାରତ ବିକାଶ ପରିଷଦ ସେକ୍ଷେତ୍ରରେ ଅହରହ ପ୍ରୟାସ ଅବ୍ୟାହତ ରଖିଛି।ଖେତ୍ରୀୟ ମହା ସଚିବ ପୁର୍ଣ ଚନ୍ଦ୍ର ଖୁଣ୍ଟିଆ ଯୋଗ ଦେଇ କହିଲେ ଝିଅ ମାନଙ୍କ ଅନ୍ୟନାମ ଦୁହିତା,ସେମାନେ ଯେତେ ସୁସ୍ଥ ରହିବେ ସୁରକ୍ଷିତ ରହିବେ,ସଚେତନ ରହିବେ ଭାରତ ର ଭବିଷ୍ୟତ ସନ୍ତାନ ମାନଙ୍କୁ କୁପୋଷଣ ରୁ ମୁକ୍ତ ରଖିପାରିବେ।ଅନ୍ୟମାନଙ୍କ ମଧ୍ୟରେ ମହିଳା ଓ ବାଲ ସଂସ୍କାର ର ରାଷ୍ଟ୍ରୀୟ ସମ୍ପାଦିକା ସୁପ୍ରିତି ରଥ, ପ୍ରାନ୍ତ ସାଧାରଣ ସମ୍ପାଦକ ପ୍ରଦୀପ୍ତ କୁମାର ମହାରଣା ,ଶାଖା ସଭାପତି ପ୍ରଫୁଲ୍ଲ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇ ମତ ରଖିଥିଲେ।
ସମ୍ପାଦକ ସୌମେନ୍ଦ୍ର ଦାସ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଶ୍ଵବିଦ୍ୟାଳୟ ଦର୍ଶନ ବିଭାଗ ମୁଖ୍ୟ ଅଧ୍ୟାପିକା ସସ୍ମିତା ବନ୍ଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ଜିଲା ସ୍ୱାସ୍ଥ୍ୟ ସମିତି ସହଯୋଗ ରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରୀ ମାନଙ୍କୁ ସଚେତନ କରାଯିବା ସହ ସେମାନଙ୍କ ହେମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା।ଜୟନ୍ତୀ ମହାପାତ୍ର,ରାମ ଚନ୍ଦ୍ର ଦଳାଇ,ସୁରେଖା, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସନ୍ତୋଷ କୁମାର ମହାନ୍ତି,ବୁଧ ଦେବ ମହାପାତ୍ର,ପିତାମ୍ବର ମହାପାତ୍ର,ନିମାଇଁ ଚରଣ ସାହୁ, ମହାପାତ୍ର, ସୁରେଖା,ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Related Stories
November 24, 2024
November 24, 2024