
ନୂଆଦିଲ୍ଲୀ,ନୌସେନା କମାଣ୍ଡରଙ୍କ ସମ୍ମିଳନୀ ଭାରତର ପ୍ରଥମ ସ୍ଵଦେଶୀ ବିମାନବାହକ ଜାହାଜ ଆଇଏନଏସ ବିକ୍ରାନ୍ତରେ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଏଭଳି କମାଣ୍ଡରଙ୍କ ସମ୍ମିଳନୀ ସମୁଦ୍ରରେ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ସୈନ୍ୟ ରଣନୀତି ସ୍ତରର ମହତ୍ଵପୂର୍ଣ୍ଣ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହିତ ବରିଷ୍ଠ ନୌସେନା ଅଧିକାରୀ ଆଇଏନଏସ ବିକ୍ରାନ୍ତର ପ୍ଲାଟଫର୍ମ ବ୍ୟବହାର କରିବେ ।
ସମ୍ମିଳନୀର ଉଦଘାଟନୀ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନୌସେନାର କମାଣ୍ଡର ମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।