ମାଲକାନଗିରି, ମାଲକାନଗିରି ଦଣ୍ଡକାରଣ୍ୟ ଖେଳ ପଡ଼ିଆ ଠାରେ ଗତ ୧୯ ତାରିଖରୁ ଜିଲ୍ଲାର ୯ ଗୋଟି କ୍ରିକେଟ କ୍ଳବ ମଧ୍ୟରେ ଓଡିଶା କ୍ରିକେଟ ଆସୋସେସନ ପକ୍ଷରୁ ଭିଜନ ୨୪ ମେନ ଏଣ୍ଟର କ୍ଲବ ଲିଗ ଖେଳ ଅନୁଷ୍ଠିତ ହୋଇଥିଲା। ଏହି ଲିଗ ମ୍ୟାଚ ର ଫାଇନାଲ ଖେଳ ଗତକାଲି ମାଲକାନଗିରି ଜିଲ୍ଲାର ଜଗଦୀଶ ରାଓ କ୍ରିକେଟ କ୍ଳବ ଏବଂ ବିଜୁ ପଟ୍ଟନାୟକ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଜଗଦୀଶ ରାଓ କ୍ରିକେଟ କ୍ଳବ ୮ ଉଇକେଟରେ ବିଜୟ ଲାଭ କରିଛି ।ନିର୍ଦ୍ଧାରିତ ମ୍ୟାଚରେ ବିଜୁ ପଟ୍ଟନାୟକ କ୍ରିକେଟ କ୍ଳବ ପ୍ରଥମେ ବ୍ୟାଟିଂ କରି ସମସ୍ତ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲେ। ପରେ ଜଗଦୀଶ ରାଓ କ୍ରିକେଟ କ୍ଳବ ୮ ଉଇକେଟରେ ବିଜୟ ଲାଭ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ଏକ ଐତିହାସିକ କୀର୍ତି ସୃଷ୍ଟି ହୋଇଛି, ତାହା ଏମଭି ୭ ୯ ସାବରୀ କ୍ରିକେଟ କ୍ଳବ ପକ୍ଷରୁ ସୁବିର ସର୍ଦାର ନାମକ ଖେଳାଳି ଜିଲ୍ଲାରେ ପ୍ରଥମ ଥର ପାଇଁ ଲଗାତାର ଦୁଇଟି ଶତକ କରି ରେକର୍ଡ କରିଛନ୍ତି । ତାଙ୍କର ୩ ଟି ମ୍ୟାଚ ରେ ୮୫.୩୩ ହାରରେ ୨୫୬ ରନ ସଂଗ୍ରହ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ବେଷ୍ଟ ବ୍ୟାଟସ ମେନ ଭାବେ ପଡ଼ିଆର ସନ୍ଦୀପ କୁମାର, ବେଷ୍ଟ ବୋଲର ନାକା ଦୀପକ ରାଜ୍, କାଲିମେଳାରୁ ବେଷ୍ଟ ଅଲ ରାଉଣ୍ଡର ଏବଂ ଟୁର୍ଣ୍ଣାମେଣ୍ଟ ଅଫ ପ୍ଲାୟେର ଭାବେ ବିବେଚିତ ହୋଇଛନ୍ତି ଅଚ୍ୟୁତ କୁମାର ପ୍ରଧାନ ।
ସମସ୍ତ ମ୍ୟାଚ ଗୁଡ଼ିକରେ ସୁଚାରୁ ରୂପେ ତୁଷାର ପଣ୍ଡା, ଅବଦୁଲ ରହିମ ଖାନ, ଆକାଶ ପ୍ରଧାନ, ବିନୋଦ ମହାନ୍ତି ଓ କେ. ଇନ୍ଦ୍ରଜିତ ପ୍ରସାଦ ପାଞ୍ଚ ଜଣ ଅମ୍ପାୟାର ଦାୟିତ୍ଵ ତୁଲାଇଥିଲେ। ଫାଇନାଲରେ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ଏମଡି ଫାରୁଖ, ସମ୍ପାଦକ ହୃଦାନନ୍ଦ ସାହୁ, ସତବୀର ସିଂ, ରଞ୍ଜନ ସାହୁ, ପ୍ରୀତପାଲ ସିଂ, ମାନସ ରଞ୍ଜନ ଜେନା ଏବଂ ଶଙ୍କର ବର୍ମନ ପ୍ରମୁଖ ଯୋଗଦେଇ ଉଭୟ ଦଳକୁ ଉତ୍ସାହିତ କରିବା ସହ ଟ୍ରଫି ପ୍ରଦାନ କରିଥିଲେ।