ଭୁବନେଶ୍ୱର – ମୋ ସରକାର ଓ ୫-ଟି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ରୋଗୀମାନଙ୍କ ସହ କଥା ହୋଇଥିଲେ । ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ଉତମ ବ୍ୟବହାର, ନିରାମୟ ଯୋଜନାରେ ମାଗଣା ଔଷଧ, ନିଦାନ ଯୋଜନାରେ ମାଗଣାରେ ରୋଗର ପରୀକ୍ଷା ସୁବିଧା ଓ ଏଥିରୁ ସୁଫଳ ମିଳୁଛି କି ନାହିଁ ସେ ବିଷୟରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ ।
ସରକାରଙ୍କ ଆନ୍ତରିକତା ଯୋଗୁଁ ମୋ ସରକାର ଏବଂ ୫-ଟି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ବିରାଟ ସଂସ୍କାର ଓ ପରିବର୍ତନ ଆସିଛି ତାର ସୁଫଳ ଜନସାଧାରଣଙ୍କ ନିକଟରେ ପହଂଚିବା ନେଇ ମନ୍ତ୍ରୀ ଶ୍ରୀ ଦାସ ଆଶାବାଦୀ ଥିବାବେଳେ ଲୋକମାନଙ୍କ ମଧ୍ୟରେ ନୂତନ ଆଶା ସଂଚାର ହୋଇଛି ।