ଭଦ୍ରକ – ଘୋଷଣା ତା ବାଟରେ । ନିୟମ ବି ତା ବାଟରେ । କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ବନ୍ଦ ହେବା ପରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡଧାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ମିଳିବା କଥା । ଏ ବାବଦରେ ରାଜ୍ୟ ସରକାର ନିଷ୍ପତି ବି ନେଇଥିଲେ । କିନ୍ତୁ ଆଜିଯାଏ ଗୋଟିଏ ବି କାର୍ଡ ହିତାଧିକାରୀଙ୍କୁ ମିଳିପାିରନାହିଁ । ମାର୍ଚ୍ଚ ମାସରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନୁବନ୍ଧିତ ହସ୍ପିଟାଲମାନଙ୍କୁ ସେମାନଙ୍କ ବକେୟା ଅର୍ଥ ବି ମିଳିପାରିନାହିଁ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାର ପୁରୁଣା ପ୍ୟାକେଜ ଯାହାକି ୨୦୦୭ ମସିହାରେ ଘୋଷଣା ହୋଇଥିଲା । ସେହି ମୂଲ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚାଲିଛି । ଯେଉଁଥିପାଇଁ ରୋଗୀ ଓ ବେସରକାରୀ ଡାକ୍ତରଖାନା କର୍ତୃପକ୍ଷ ଘାଟାରେ ପଡୁଛନ୍ତି । ଘୋଷଣା ଅନୁଯାୟୀ ଯେଉଁ ଲୋକର କାର୍ଡ ନଥିବ, ସେ ଲୋକ ଲୋ-ଇନକମ୍ ସାର୍ଟିଫିକେଟ୍ ଦେଇ ଫି୍ରରେ ଚିକିସôା ହୋଇପାରିବ । ବାସ୍ତବରେ ତାହା ଆଜିଯାଏ ସୁଫଳ ମିଳୁନି । ୧୧ ମାସ ପରେ ବି ରାଜ୍ୟ ସରକାର ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଏଯାଏ ଲୋକଙ୍କୁ ଦିଆଯାଇ ପାରୁନାହିଁ । ଘୋଷଣା ହୋଇଥିବା ସରକାରଙ୍କ ଏହି ଆଦେଶ ୧୧ ମାସ ହେଲା ବାବୁମାନଙ୍କ ଫାଇଲ୍ରେ ବନ୍ଧା ହୋଇପଡିଛି । ଯେଉଁଥିପାଇଁ ୨୦୧୮ ମସିହାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ତୁ ତୁ ମେଁ ମେଁ ରେ ବିଗିଡି ଯାଇଥିବା ସ୍ୱାସ୍ଥ୍ୟ ବୀମା କାର୍ଡ ପ୍ରସଙ୍ଗ ଏଯାଏ ସୁଧୁରୁନାହିଁ । ଯେଉଁଥିପାଇଁ ଭଦ୍ରକ ଜିଲାରେ ଦେଢଲକ୍ଷ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା କାର୍ଡ ଅଯୋଗ୍ୟ ହୋଇଯିବା ପରେ ଏହି ଦେଢଲକ୍ଷ ପରିବାରଙ୍କୁ ଆଉ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କାର୍ଡ ମିଳିପାରୁନାହିଁ । ଯେଉଁଥିପାଇଁ ସରକାରୀ ସୁବିଧାରୁ ବଂଚିତ ହେଉଛନ୍ତି ସାଧାରଣ ରୋଗୀ । ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୭ ଶେଷରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବୀମାକାର୍ଡକୁ ନେଇ ଚାଲିଲା ତୁ ତୁ ମେଁ ମେଁ । ଏହି ତୁ ତୁ ମେଁ ମେଁ ନାଟକର ଶେଷ ହେଲା ୨୦୧୮ ଡିସେମ୍ବରରେ । ରାଜ୍ୟ ସରକାରଙ୍କ ନିଦେ୍ର୍ଧଶରେ ରାଜ୍ୟରେ ଚାଲୁଥିବା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା କାର୍ଡକୁ ଅଚଳ କରିଦିଆଗଲା । ଏହି ନିୟମରେ ୨୦୧୮ ଡିସେମ୍ବରରେ ଭଦ୍ରକ ଜିଲାର ଚାଲୁଥିବା ୧ ଲକ୍ଷ ୪୭ ହଜାର ଗୋଟି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା କାର୍ଡ ଅଚଳ ହେଲା । ରାଜ୍ୟ ସରକାର ଘୋଷଣା କଲେ ୨୦୧୯ ଜାନୁୟାରୀ ୧ ତାରିଖ ଠାରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା କାର୍ଡ ବଦଳରେ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (ବିଏସ୍କେୱାଇ) ଏସ୍-୨ ନାମରେ ନାମିତ କାର୍ଡ ଲୋକଙ୍କୁ ଦିଆଯିବ । ୧ ଜାନୁୟାରୀ ୨୦୧୯ ଠାରୁ ସମସ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଡ ଧାରୀ ବିଜୁ କୃଷକ କଲ୍ୟାଣ ଯୋଜନା ଏସ୍-୨ କାର୍ଡ ଦ୍ୱାରା ସବୁ ପ୍ରକାରର ଦେୟମୁକ୍ତ ସ୍ୱାସ୍ଥ୍ୟ ସେବା ସୁବିଧା ପାଇପାରିବେ । ଯେଉଁ ଆରଏସ୍ବିୱାଇ କାର୍ଡଧାରୀ ପରିବାର ବିଜୁ କୃଷକ କଲ୍ୟାଣ ଯୋଜନା ଏସ୍-୨ କାର୍ଡ ପାଇନାହାଁନ୍ତି । ଉକ୍ତ ପରିବାର ଜିଲା ମୁଖ୍ୟ ଚିକିସôାଳୟରେ ଖୋଲିଥିବା ସହାୟତା କେନ୍ଦ୍ରରେ ଏହି କାର୍ଡ ପାଇବେ । ଏପରିକି ଜିଲା କୃଷି କାର୍ଯ୍ୟାଳୟ ଉପନିଦେ୍ର୍ଧଶକଙ୍କ କାର୍ଯ୍ୟାଳୟରେ ବି ଏହି ଏସ୍-୨ କାର୍ଡ ମିଳିପାରିବ । ବିଡମ୍ବନା ହେଲା ରାଜ୍ୟ ସରକାରଙ୍କ ଘୋଷଣାର ୮ ମାସ ପରେ ବି ଭଦ୍ରକ ଜିଲାରେ ଜଣେ ହେଲେ ବ୍ୟକ୍ତିଙ୍କୁ ଏସ୍-୨ କାର୍ଡ ମିଳିପାରିନାହିଁ । ଏତିକିରେ କଥା ସରିନାହିଁ । ୨୦୦୯ ରୁ ରାଜ୍ୟ ସରକାର ଯେଉଁ ପ୍ୟାକେଜ୍ ଘୋଷଣା କରିଥିଲେ । ଏହି କାର୍ଡରେ ତାହା ଏଯାଏଁ ରହିଥିବାରୁ ଜିଲାରେ ବେସରକାରୀ ଡାକ୍ତରଖାନା ମାନେ ଏହି କାର୍ଡ ଜରିଆରେ ଆଉ ରୋଗୀ ସେବା କରିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଘୋଷଣା କଲେ ସ୍ୱାସ୍ଥ୍ୟ ବୀମା କାର୍ଡରେ ପୁରୁଷମାନେ ୫ ଲକ୍ଷ ଓ ମହିଳାମାନେ ୭ ରୁ ୧୦ ଲକ୍ଷ ଟଙ୍କା ଯାଏ ସ୍ୱାସ୍ଥ୍ୟ ସେବା ସୁବିଧା ପାଇବେ । ଆହୁରି ମଧ୍ୟ ଏହି କାର୍ଡ ସରକାରୀ ଡାକ୍ତରଖାନାରେ ଲାଗୁ ହୋଇନଥିବାରୁ ବେସରକାରୀ ଡାକ୍ତରଖାନାରେ ଏହା କାର୍ଯ୍ୟକାରୀ ହେଉଛି । କିନ୍ତୁ ଏହି କାର୍ଡରେ ସରକାରଙ୍କ ପୁରୁଣା ପ୍ୟାକେଜ୍ ନିୟମ ରହିଥିବାରୁ ବେସରକାରୀ ଡାକ୍ତରଖାନା କର୍ତୃପକ୍ଷ ରୋଗୀଙ୍କୁ ନିଜ ଡାକ୍ତରଖାନା ଦୁଆର ମୁହଁରୁ ଫେରାଇ ଦେଉଛନ୍ତି । କାରଣ ପ୍ୟାକେଜ୍ ରେଟ୍ ଡେଲିଭରି ସିଜରିଆନ୍ ପାଇଁ ୬ ହଜାର, ନର୍ମାଲ ଡେଲିଭରି ସିଜରିଆନ ପାଇଁ ୨୫ ଶହ, ଆପେଣ୍ଡିସାଇଜ୍ ପାଇ ୬ ହଜାର ଥିବାରୁ ଏହି ବେସରକାରୀ ଡାକ୍ତରଖାନା ଆଉ ୧୦ ହଜାରିଆ ବେପାର କରିବାକୁ ରାଜି ନୁହଁନ୍ତି । ଅନ୍ୟପକ୍ଷରେ ଗତ ୨୦୧୯ ମାର୍ଚ୍ଚରୁ ଭଦ୍ରକ ଜିଲାର ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଉଥିବା ବେସରକାରୀ ଡାକ୍ତରଖାନା ମାନଙ୍କୁ ପେମେଂଟ ବନ୍ଦ ହୋଇଯାଇଛି । ଯେଉଁଥିପାଇଁ ସେମାନେ ସରକାରଙ୍କ ସ୍ୱାସ୍ଥ୍ୟବୀମା କାର୍ଡର ନାଁ ଶୁଣିଲା ବେଳକୁ ତରକୁଛନ୍ତି । ୮ ମାସ ପରେ ବି ସରକାରଙ୍କ ଘୋଷଣା ନାଲିଫିତା ତଳେ ରହିଯାଇଥିବାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଭଦ୍ରକ ଜିଲାରେ କେବଳ ନୁହେଁ ରାଜ୍ୟରେ ବି ରୋଗୀମାନଙ୍କୁ ଦିଆଯାଉନାହିଁ ।
Related Stories
October 25, 2024