ବଲାଙ୍ଗୀର,ବୁବେଲ ଦୋଳ ମହୋତ୍ସବ ଦ୍ଵିତୀୟ ସଂନ୍ଧ୍ଯାରେ କଂସ ଦରବାର”ରେ ମୁଖ୍ଯ ଅତିଥି ରାଜ୍ଯସଭା ସାଂସଦ ନିରଞ୍ଜନ ବିଶି ଯୋଗଦାନ କରିଥିଲେ। ପୁଇଁତଲା ବ୍ଳକ ଅଧକ୍ଷ ସରୋଜ ପଧାନ ଓ ନ୍ୟୁ ଇଣ୍ଡିଆନ ଆସୁରେନ୍ସ ବଲାଙ୍ଗୀରର ମେନେଜର ତଥା ଆଦିବାସୀ ସଂଘ ସଂପାଦକ ପ୍ରଫୁଲ୍ଲ ତୁମନିଆ ସମ୍ମାନୀତ ଅତିଥି ଭାବରେ ଦରବାର”ରେ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଖ୍ଯ ଅତିଥି ଓ ସମ୍ମାନିତ ଅତିଥି ମଥୁରାବାସୀଙ୍କ ସୁଖ ଶାନ୍ତି ପାଇଁ ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ଯାଏ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସଂପର୍କରେ ସୂଚନା ଦେଇଥିଲେ।ମିଳିଥିବା ୧୦ ଲକ୍ଷ ଆବାସ ଓଡିଶାକୁ ନିଅଣ୍ଟ, ଆଉ୧୦ ଲକ୍ଷ ଘର, କେନ୍ଦୁପତ୍ର ଉପରୁ ଜିଏସଟି ଛାଡ ପ୍ରସଙ୍ଗ ରାଜ୍ଯସଭାରେ ପୁଣି ଉଠାଇବି ବୋଲି ସାଂସଦ କହିଥିଲେ। ଏ ପର୍ଯ୍ୟନ୍ତ ମଥୁରା ରାଜ୍ୟର ୧୧୮ଟି ଗାଁ ବୁଲିଛି, ଅସୁବିଧା ଆବଶ୍ଯକତା ଆଲୋଚନା କରୁଛି। ସରକାରୀ ଯୋଜନା ଉଦ୍ଦିଷ୍ଟ ବ୍ୟକ୍ତି ଓ ଗୋଷ୍ଠୀ ପାଖରେ ପହଞ୍ଚାଇବା ପ୍ରତିଶୃତି ସହ ବୁବେଲ ଠାରେ ଏକ ମଞ୍ଚ ତିଆରି, ସ୍ଥାନୀୟ ଶିବ ମନ୍ଦିର ନିକଟସ୍ଥ ପୋଖରୀ ଓ ଏକ ପାର୍କ ନିର୍ମାଣ ଘୋଷଣା କରିଥିଲେ। ମହାରାଜ କଂସଙ୍କ ଅନୁମତିରେ ଅନୁଷ୍ଠିତ ଦରବାରକୁ ବଂଶୀଧର ନାଏକ ସଂଯୋଜନା କରିଥିବା ବେଳେ ଶୋଭାବନ ନାଏକ ଓ ଟିକେଶ୍ବର ସାଏ ମଞ୍ଚାସୀନ ଥିଲେ। କଂସ ଅନୀଲ ନାଏକ ଓ ତାଙ୍କ ସାଥିଙ୍କ ଦ୍ବାରା କୃଷ୍ଣ ଜନ୍ମ ମଞ୍ଚସ୍ଥ ହୋଇଥିଲା।