-
ପଂଚାୟତିରାଜ ଦିବସ ନୁହେଁ ଭ୍ରଷ୍ଟାଚାର ଦିବସ: ବିଜେପି
-
ହାତରେ କଳା ପଟି ବାନ୍ଧି ବିରୋଧ ପ୍ରଦର୍ଶନ
-
ଆଜି ଦୁର୍ନୀତି ଓ ଭ୍ରଷ୍ଟାଚାରର ବାରୁଦ ଗଦାରେ ଛିଡା ହୋଇଛି ବ୍ଲକ କାର୍ଯ୍ୟାଳୟ
ଭୁବନେଶ୍ୱର, ପଂଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଥିବାବେଳେ ପଂଚାୟତିରାଜ ଦିବସ ପାଳନ ନାଁ ରେ ଡ୍ରାମାବାଜୀ କରୁଛନ୍ତି ରାଜ୍ୟ ସରକାର ।ଏହାକୁ ବିରୋଧ କରି ଆଜି ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯାଉଥିବା ପଂଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ଭାବେ ପାଳନ କରାଯାଇଛି ।
ଗ୍ରାମାଂଚଳର ବିକାଶକୁ ତ୍ୱାରାନ୍ୱିତ କରିବା ପାଇଁ ପଂଚାୟତିରାଜ ବ୍ୟବସ୍ଥା ଆରମ୍ଭ କରାଯାଇଛି । ପଂଚାୟତକୁ ମିନି ସେକ୍ରେଟେରୀଏଟ୍ ବୋଲି କହୁଥିବା ରାଜ୍ୟ ସରକାର ଆଜି ସେହି ମିନି ସେକ୍ରେଟେରୀଏଟ୍କୁ ଭ୍ରଷ୍ଟାଚାରର ଗନ୍ତାଘରରେ ପରଣତ କରିସାରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମନରେଗା, ସିଏଫସି ଟଙ୍କା, ରାସନ କାର୍ଡ ଏବଂ ପିସି ଦୁର୍ନୀତି କାରଣରୁ ପଂଚାୟତିରାଜ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି । ଶାସକ ବିଜେଡିର ହୀନ ରାଜନୀତି କାରଣରୁ ବହୁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହୋଇଥିବାବେଳେ ଯୋଗ୍ୟ ଏବଂ ପ୍ରକୃତ ହିତାଧିକାରୀ ତାଲିକାରୁ ବାଦ୍ ପଡିଛନ୍ତି । ଶାସକ ବିଜେଡିର ମନ୍ତ୍ରୀ, ନେତାମାନେ ମିଳିମିଶି ଉନ୍ନତିମୁଳକ କାର୍ଯ୍ୟ ପାଇଁ ୫୦ ପ୍ରତିଶତ ପିସି ନେବା କାରଣରୁ ବିକାଶ ଆଜି ବାଧାପ୍ରାପ୍ତ ହୋଇଛି । ପଂଚାୟତରାଜ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ କୈାଣସି ଆନ୍ତରିକତା ନାହିଁ ବରଂ ଓଡ଼ିଶାରେ ପଂଚାୟତିରାଜ ବ୍ୟବସ୍ଥାକୁ ରାଜ୍ୟ ସରକାର ହତ୍ୟା କରିଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମହାନ୍ତି କହିଛନ୍ତି ।
ପଂଚାୟତିରାଜ ବ୍ୟବସ୍ଥାରେ ରାଜ୍ୟରେ ପ୍ରତ୍ୟେକ ବର୍ଷ ୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହେଉଛି । ଲୋକଙ୍କ ଟଙ୍କାକୁ ହରିଲୁଟ୍ କରିବାର ଶେଷ ସୀମାକୁ ପହଂଚି ଯାଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ରୋକିବା ପରିବର୍ତେ ଅଧିକ ପ୍ରୋତ୍ସାହିତ କରୁଥିବା ବିଜେଡି ସରକାରଙ୍କ ପଂଚାୟତିରାଜ ଦିବସ ପାଳନ କରିବା ଅତ୍ୟନ୍ତ ହାତ୍ସ୍ୟାସ୍ପଦ । ପଂଚାୟତି ବ୍ୟବସ୍ଥାକୁ ହତ୍ୟା କରିବା ପକ୍ରିୟାକୁ ବନ୍ଦ କରନ୍ତୁ ରାଜ୍ୟ ସରକାର ବୋଲି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ କହିଛନ୍ତି ।
ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ତରଫରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସୁନୀତି ମୁଣ୍ଡୁ, ସୁଜିତ୍ କୁମାର ଦାସ, ଦିଲ୍ଲୀପ ବେହେରା, ଉପେନ୍ଦ୍ର ଭଞ୍ଜ, ସୁଶାନ୍ତ ସାବତ, ବିଭାସ ସେନ୍ଗୁପ୍ତା, ରାଜେନ୍ଦ୍ର ଦାସ, ତୃପ୍ତିମୟୀ ମକଦ୍ଦମ, ମନୋରଞ୍ଜନ ସ୍ୱାଇଁ, ମାନସୀ ରାୟ, ସୁର ଜେନା, ଅରୁଣ ପୁରୋହିତ, ଦାମୋଦର ବେହେରା, ଜିତେନ୍ଦ୍ର ମହାନ୍ତି, ସ୍ୱୟଂଭୂ ପଟ୍ଟନାୟକ, ଅମରଜ୍ୟୋତି ଜଗଦେବ, ଆଶିଷ ମହାପାତ୍ର, ବିନ୍ଦୁଲତା ବଳିୟାରସିଂ, ସୁନୀଲ ପ୍ରଧାନ, ବିକ୍ରମ ପ୍ରଧାନ, ମନୋଜ ପଶ୍ଚିମକବାଟ, ସୁମିତ୍ରା ଆଚାର୍ଯ୍ୟ, ଅର୍ଚ୍ଚନା ଦାସ, ଜ୍ୟୋତିମୟୀ ଅଗ୍ରୱାଲ, ସଂଗ୍ରାମ ନାୟକ, ସିଦ୍ଧାର୍ଥ ଦାସ, ସୁଶୀଲ ସାହୁ, ତୁଳସୀ ବିଶୋଇ, ଜ୍ୟୋତିରେଖା ନାୟକ, ଗୀତାଞ୍ଜଳୀ ବେହେରା, ଜୟା ମଲ୍ଲିକ, ମେନକା ପରିଡା ଓ ସସ୍ମିତା ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।