ଭୁବନେଶ୍ୱର,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପଶ୍ଚିମ ଓଡ଼ିଶାବାସୀଙ୍କୁ ନିରାଶ କରିଛି ି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ । ସେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସମାଲୋଚନା କରିବା ସହ ନିର୍ବାଚନରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ବିଜେଡି ଏ ବିଶାଳ ଆୟୋଜନ କରିଛ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀ ପୁରୋହିତ କହିଛନ୍ତି ଯେ ତାଙ୍କର ସଭାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଦେଇଛନ୍ତି ସେଥିରେ ମଧ୍ୟ ସେ ହତାଶ ଏବଂ ନିରାଶ ହୋଇଛନ୍ତି । ପ୍ରଦୀପ କହିଛନ୍ତି, ସୋହେଲାରେ ମୁଖ୍ୟମନ୍ତ୍ରୀ ପୁଣି ନିରାଶ କରିଛନ୍ତି । ୨୦୧୬ ମସିହା ପରି ଅପେରା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ବିକାଶରେ ୩୫ ହଜାର କୋଟି ଖର୍ଚ୍ଚ କରିବେ ବୋଲି କହିଥିଲେ, ସାତ ବର୍ଷ ଭିତରେ କିନ୍ତୁ ସେ ଅର୍ଥ ଖର୍ଚ୍ଚ ହୋଇପାରିଲା ନାହିଁ । ବିଜୁ ଏକ୍ସପ୍ରେସ ୱେରେ ଯେତେ ବ୍ରିଜ ନିର୍ମାଣ ହୋଇଛି, ସେସବୁ କେନ୍ଦ୍ର ସରକାର କରିଛନ୍ତି । ପଶ୍ଚିମ ଓଡ଼ିଶାବାସୀ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ବୋନସ କଥା କହିବେ, ଗଙ୍ଗାଧର ମେହେର ଜଳସେଚନ କଥା କହିବେ, ଦାଦନ ପାଇଁ ନୂଆ ନୂଆ ଯୋଜନା ଏବଂ ଶିକ୍ଷା, ସ୍ୱାସ୍ଥ୍ୟ ପାଇଁ କହିବେ । କିନ୍ତୁ ଏ ବିଷୟରେ ପଦୁଟିଏ କହିଲେ ନାହିଁ ମୁଖ୍ୟମନ୍ତ୍ରୀ । ଏ ଗସ୍ତରେ ପଶ୍ଚିମ ଓଡ଼ିଶାବାସୀ ନିରାଶ ହୋଇଛନ୍ତି ।