ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡିଶା ଗସ୍ତ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ କେବିକେରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ କୁଆଡେ ଗଲା ।
ଶ୍ରୀ ମିଶ୍ର କହିଛନ୍ତି ଯେ ବିକାଶର ଅର୍ଥ ନବୀନ ବାବୁ ବୁଝିଛନ୍ତି ନା ନାହିଁ ତାଙ୍କୁ ଅନୁଭବ ହେଉନି । ବିକାଶର ପ୍ରଥମ ଦିଗ ହେଉଛି ଶିକ୍ଷା । କିନ୍ତୁ ଶିକ୍ଷା କ୍ଷେତ୍ରରେ ସ୍କୁଲରେ କେବଳ ରଙ୍ଗ ବୋଳି ଦେଲେ କିନ୍ତୁ ନା ଶିକ୍ଷକ ଅଛନ୍ତି ନା ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିଛି । ସେହିପରି ଦ୍ୱିତୀୟ ଦିଗଟି ହେଉଛି ସ୍ୱାସ୍ଥ୍ୟ, ସେଥିରେ ମେଡ଼ିକାଲରେ ଡାକ୍ତର ଅଭାବ, ଭିତ୍ତିଭୂମି ନାହିଁ । ସେହିପରି ଚାଷୀଙ୍କ ଦୁଃଖ କହିଲେ ନ ସରେ । ଜଳ ସେଚନଠୁ ନେଇ ଚାଷୀ ଆୟ ସବୁଥରେ ସ୍ଥିତି ଖରାପ । ବଜେଟର ଅର୍ଥ ଖର୍ଚ୍ଚ ହୋଇପାରୁନି ।
ସେହିପରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ନେଇ କାହିଁକି କେନ୍ଦ୍ର ଚିଠିର ଉତ୍ତର ଦେଉ ନାହାନ୍ତି ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ କେବଳ ଶୁଭ ଦେଉଛନ୍ତି ହେଲେ କାମ ହେଉନି । ଯେଉଁ ପ୍ରକଳ୍ପ ଶେଷ ହୋଇ ନାହିଁ, ସେଠି ପ୍ରକଳ୍ପ ଉଦଘାଟନ କରାଯାଉଛି ।