କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ପୁରୀ ଆର୍ଟିଷ୍ଟ ଆସୋସିଏସନ ର ଏକ ସାଧାରଣ ବୈଠକ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଭରତ କୁମାର ନାୟକ,କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ସାହୁ,ସାଧାରଣ ସମ୍ପାଦକ ଶକ୍ତି ପ୍ରସାଦ ମହାନ୍ତି,ଉପ ସଭାପତି ତ୍ରିଲୋଚନ ଦାସ,ଉପଦେଷ୍ଟା ମଣ୍ଡଳୀ ପ୍ରସନ୍ନ କୁମାର ମିଶ୍ର,ପ୍ରଦ୍ୟୁମ୍ନ ମିଶ୍ର, ରାଧେଶ୍ୟାମ ରଥ,ଉପସଭାପତି ସବିତା ହରିଚନ୍ଦନ,ସହ ସଂପାଦିକା ଭାରତୀ ମହାପାତ୍ର,ସାଂସ୍କୃତିକ ସମ୍ପାଦକ ପ୍ରତାପ କୁମାର ସାହୁ,ଉପଦେଷ୍ଟା ଲକ୍ଷ୍ମୀଧର ପୂଜାପଣ୍ଡା,ଉପ ସଭାପତି ପ୍ରଦ୍ୟୁମ୍ନ ମିଶ୍ର(ବିଟୁ),ଯୁଗ୍ମ ସମ୍ପାଦକ ବିରଞ୍ଚି ନାରାୟଣ ଷଡ଼ଙ୍ଗୀ, ପ୍ରମୁଖ ମଞ୍ଚାସିନ ଥିବା ବେଳେ ଅନୁଷ୍ଠାନର ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ ।ଚଳିତ ମାର୍ଚ୍ଚ ମାସ ୨୭ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ବିଶ୍ଵ ନାଟ୍ୟ ଦିବସ ପାଳନ କରିବା ସମ୍ବନ୍ଧେ ଆଲୋଚନା କରାଯାଇଥିଲା ।ଏହି ଅବସରରେ ଦୁଇ ଦିନ ଧରି ପ୍ରଦୀପ କୁମାର ପ୍ରଧାନ ଓ ରାମକୃଷ୍ଣ ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ଦୁଇଟି ନାଟକ ପ୍ରଦର୍ଶନ କରାଯିବାର କାର୍ଯ୍ୟକ୍ରମ ରହିଛି ।ଗୋଟିଏ ଦିନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ସ୍ଥିର କରାଯାଇଛି ।ତିନି ଦିନର କାର୍ଯ୍ୟକ୍ରମକୁ ପରିଚାଳନା କରାଯିବା ନିମନ୍ତେ ବିଭିନ୍ନ କମିଟି ଗଠନ କରାଯାଇଛି ।ଅନୁଷ୍ଠାନର ସମସ୍ତ ସଭ୍ୟା ସଭ୍ୟ ପୂର୍ଣ୍ଣ ପ୍ରାଣରେ ସହଯୋଗ କରି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ନିମନ୍ତେ ନିଷ୍ପତି ନିଆଗଲା ।ବୈଠକରେ ରାମକୃଷ୍ଣ ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶୀତ ନାଟକ ‘ରାଜନନ୍ଦିନି’ ର ପୁସ୍ତକ ପୂଜା କାର୍ଯ୍ୟ କରାଯାଇଥିଲା ।ସର୍ବଶେଷରେ ଉପସଭାପତି ତ୍ରିଲୋଚନ ଦାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Related Stories
November 24, 2024
November 24, 2024