ଭଦ୍ରକ – ଭଦ୍ରକ ଚରମ୍ପାସ୍ଥିତ ପ୍ରତିÂିତ ମିଶନ ପବ୍ଲିକ୍ ସ୍କୁଲ ପକ୍ଷରୁ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ବିଜ୍ଞାନ ମେଳା ଓ ଫର୍ଣ୍ଣ ଫେୟାର । ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ମେଳାକୁ ଉଦ୍ଘାଟନ କରିଥିଲେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ପ୍ରଭାକର ମଲ୍ଲିକ । ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ରୋଟାରୀ କ୍ଲବ୍ ଭଦ୍ରକର ପୂର୍ବତନ ସଭାପତି ଅମ୍ବିକା ସ୍ୱାଇଁ ଓ ସାହାସପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଣବ କୁମାର ସାହୁ । ଆୟୋଜିତ ଏହି ମେଳାରେ ସ୍କୁଲର ବହୁ କୁନି କୁନି ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାର ମଡେଲ୍ ପ୍ରଦର୍ଶନ କରିଥିଲେ । ସ୍କୁଲର ଅଧ୍ୟକ୍ଷ ଇନ୍ଦ୍ରଜିତ୍ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ବିଜ୍ଞାନ ମେଳାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ୭୦ଟି ମଡେଲ୍ ପ୍ରଦର୍ଶିତ କରାଯାଇଥିଲା । ଏହି ମେଳାର ମୁଖ୍ୟତଃ ପରିବେଶ ଓ ଜଳ ସଂପଦର ସୁରକ୍ଷା, ବାୟୁ ପ୍ରଦୂଷଣ, ଟ୍ରାଫିକ୍ ନିୟମ, ସଡକ ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, ମୃତିକା ସଂରକ୍ଷଣ, ଜଳଚକ୍ର,ବର୍ଷାଜଳ ସଂରକ୍ଷଣ ଓ ସୌର ମଣ୍ଡଳ ସମେତ ବିଜ୍ଞାନ ସଂପର୍କିତ ବହୁ ମଡେଲ୍କୁ କୁନି କୁନି ପିଲାମାନେ ସୁନ୍ଦର ଭାବେ ଉପସ୍ଥାପନ କରୁଥିଲେ । ପରେ ପ୍ରଦର୍ଶିତ ମଡେଲ୍ ମଧ୍ୟରୁ ୧୮ଟି କୁ ସର୍ବଶ୍ରେÂ ମଡେଲ୍ ଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା । ଏଥିରେ ବହୁ ଅଭିଭାବକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉସôାହିତ କରିବା ସହ ପ୍ରସ୍ତୁତ ମଡେଲ୍ ସଂପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମନୋରଂଜନ ପାଇଁ ବିଦ୍ୟାଳୟ ପକ୍ଷରୁ ପ୍ରତିବର୍ଷ ପରି ଫର୍ଣ୍ଣ ଫେୟାର ଆୟୋଜିତ କରାଯାଇଥିଲା । ଏଥିରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ଖାଦ୍ୟକୁ ସମସ୍ତେ ଖାଇବାର ମଜା ଉଠାଇଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଏହି ବିଜ୍ଞାନମେଳା ଓ ଫର୍ଣ୍ଣ ପେୟାରକୁ ପରିଚାଳନା କରିଥିଲେ ।
Related Stories
October 25, 2024