ଓଡ଼ିଶା ରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଥିବା ପାଇଁ ବିଜେପି ଯୁବ ମୋର୍ଚ୍ଚା ଗତ ତା୨୮/୦୨/୨୦୨୩ରିଖ ଦିନ ଶାନ୍ତି ପୂର୍ଣ୍ଣ ଭାବେ ବିଧାନସଭା ଘେରାଉ କରୁଥିବା ଵେଳେ ବିଜେଡି ର ଖାକି ଗୁଣ୍ଡା ବାହୀନି ଦ୍ୱାରା ଯୁବ ମୋର୍ଚ୍ଚା ର ଭାଇ ମାନଙ୍କ ଉପରେ ଆକ୍ରମଣ କରାଯିବା ସହିତ ଯୁବ ମୋର୍ଚ୍ଚା ସଭାପତି ଇରାସିଶ୍ ଆଚାର୍ଯ୍ୟ ଙ୍କ ସହିତ ୨୪ ଜଣଙ୍କୁ ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ଓଡ଼ିଶା ପୋଲିସ ଓ ପ୍ରଶାସନ ର ଏହି ବର୍ବରତା କୁ ବିରୋଧ କରି ବିଜେପି ତରଫରୁ ଏକ ରାଲି ଅପରାହ୍ନ ୧୨:୩୦ ସମୟ ରେ ଏସ୍ ସି ଏସ କଲେଜ ସାମ୍ନା ରୁ ବାହାରି ଏସପି ଅଫିସ ସାମ୍ନା ରେ ପହଞ୍ଚି ପ୍ରତିବାଦ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ପୁରୀ ବିଜେପି ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ରାଜ୍ୟ ଉପସଭାନତ୍ରି ପ୍ରଭାତୀ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ସତ୍ୟବାଦୀ ର ଯୁବ ନେତା ଓମ ପ୍ରକାଶ ମିଶ୍ର, ପୂର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଉମାକାନ୍ତ ନାୟକ, ସୁଶାନ୍ତ ସ୍ୱାଇଁ, ପ୍ରସନ୍ନ ପଳେଇ, ଜିଲ୍ଲା ଉପସଭାପତି ଶ୍ରୀ ଦିଗଦର୍ଶନ ପଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରି ଶ୍ରୀମତୀ ଜ୍ୟୋତି ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଜୟନ୍ତ କୁମାର ଦାସ,ଜିଲ୍ଲା ମିଡିଆ ସଂଯୋଜକ ଡ.ସ୍ନେହସିସ ଦାସ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଶ୍ରୀ ଶିବ ନାରାୟଣ ଦାସ, ସିଂହଦ୍ଵାର ମଣ୍ଡଳ ସଭାପତି ଶ୍ରୀ ରବି ନାରାୟଣ ଦାସ, ଶରଧାବାଲି ମଣ୍ଡଳ ସଭାପତି ଶ୍ରୀ ସଞ୍ଜୀବ ମୁଖାର୍ଜୀ, ଓ ସମଗ୍ର ଜିଲ୍ଲା ର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ଉପସଭାପତି ଶ୍ରୀମତୀ ମମତା ପତି, ସଂଗ୍ରାମ ଦାସ, ସସ୍ମିତା ସାହୁ, ଅନିତା ପଟ୍ଟନାୟକ, ଅନିଲ ସାହୁ, ସୋମନାଥ ଖୁଣ୍ଟିଆ, ରଞ୍ଜିତ ପଢ଼ି, ସଂଗ୍ରାମ କାନୁନଗୋ, ସୁଦଶା ପଣ୍ଡା, ରତିକାନ୍ତ ମିଶ୍ର, ବିଷ୍ଣୁପ୍ରିୟା ବାରାଲ, ସୌମ୍ୟା ମିଶ୍ର, ମମତା ପ୍ରଧାନ, ମଧୁସ୍ମିତା ଆଚାର୍ଯ୍ୟ, ଏବଂ ଯୁବ ମୋର୍ଚ୍ଚା ର ବିଶ୍ୱଜିତ୍ ମହାନ୍ତି, ସଂଗ୍ରାମ ପରିଡ଼ା, ମିଥୁନ ଜେନା ବିଭୁ ରଥ, ସଞ୍ଜୀବ ବଳିଆରସିଂହ, ବିଶ୍ବରଂଜନ ରାଉଳ, ପ୍ରଦୀପ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।
Related Stories
November 24, 2024
November 24, 2024