
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ବାଙ୍କୀ
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣସ୍ଥିତ ମାରୁତି ମଣ୍ଡପରେ ‘‘ ସାକେତ୍ ସତସଙ୍ଗ ସାଂସ୍କୃତିକ ସଂସଦ’ ‘ବରପୁଟ ଆନୁକୂଲ୍ୟରେ ଆୟୋଜିତ ନବାହ୍ନ ପରାୟଣ ଓ ଜ୍ଞାନଯଜ୍ଞ ର ଅଷ୍ଟମ ଦିବସରେ ସୁଗ୍ରୀବଙ୍କ ସହ ମିତ୍ରତା, ବାଳି ବଦ୍ଧ, ସୀତା ଠାବ ଏବଂ ଲଙ୍କା ଦହନ ବିଷୟ ବସ୍ତୁ ପ୍ରବକ୍ତା ନାରାୟଣ ପଣ୍ଡା ବ୍ୟାଖ୍ୟା କରିଥିଲେ | ମଞ୍ଚାସିନ ଥିଲେ ବ୍ୟାସ ଦାମୋଦର ଦାସଜୀ ମହାରାଜ, ସଂମ୍ମାନିତ ଅତିଥି ଅଜୟ କୁମାର ରାଉତ, ଜୟପ୍ରକାଶ ମିଶ୍ର, ସଭାପତି କୃଷ୍ଣ ଚନ୍ଦ୍ର ତ୍ରିପାଠୀ |ଧନ୍ୟବାଦ ଅର୍ପଣ କରିଥିଲେ ସଂମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା |