
ପୁରୀ ଗତ ତା୨୮/୦୨/୨୦୨୩ ରିଖ ଦିନ ଶାନ୍ତି ପୂର୍ଣ୍ଣ ଭାବେ ବିଧାନସଭା ଘେରାଉ କରୁଥିବା ଵେଳେ ବିଜେଡି ର ଖାକି ଗୁଣ୍ଡା ବାହୀନି ଦ୍ୱାରା ଯୁବ ମୋର୍ଚ୍ଚା ର ଭାଇ ମାନଙ୍କ ଉପରେ ଆକ୍ରମଣ କରାଯିବା ସହିତ ଯୁବ ମୋର୍ଚ୍ଚା ସଭାପତି ଇରାସିଶ୍ ଆଚାର୍ଯ୍ୟ ଙ୍କ ସହିତ ୨୪ ଜଣଙ୍କୁ ଏକତରଫା ଭାବେ ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ପୋଲିସ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଓଡ଼ିଶା ପୋଲିସ ଓ ପ୍ରଶାସନ ର ଏହି ବର୍ବରତା କୁ ବିରୋଧ କରି ବିଜେପି ତରଫରୁ ପୁରୀ ବିଧାନସଭା ଅନ୍ତର୍ଗତ ୪ଟି ଥାନା ରେ, ଦିବା ୧୨ଘଣ୍ଟିକା ସମୟରେ, ପ୍ରଥମେ ଟାଉନ୍ ଥାନା, ତାପରେ କୁମ୍ଭାରପଡ଼ା ଥାନା, ସଦର ଥାନା ଏବଂ ଚନ୍ଦନପୁର ଥାନା ରେ ଏତଲା ଦିଆଯାଇଅଛି।ଏହି କାର୍ଯ୍ୟକ୍ରମ ରେ, ପୁରୀ ବିଧାୟକ,ଜୟନ୍ତ କୁମାର ଷଡ଼ଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ଉମାକାନ୍ତ ନାୟକ, ଜିଲ୍ଲା ଉପସଭାପତି ଦିଗଦର୍ଶନ ପଟନାୟକ, ଜିଲ୍ଲା ମିଡିଆ ସଂଯୋଜକ ଡ.ସ୍ନେହସିସ ଦାସ, ଜିଲ୍ଲା ସାମାଜିକ ଗଣମାଧ୍ୟମ ସଂଯୋଜକ ଶିବ ନାରାୟଣ ଦାସ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରି ଜ୍ୟୋତି ମହାପାତ୍ର, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ, ସିଂହଦ୍ଵାର ମଣ୍ଡଳ ସଭାପତି ରବି ନାରାୟଣ ଦାସ, ଶରଧାବାଲି ମଣ୍ଡଳ ସଭାପତି ସଞ୍ଜୀବ ମୁଖାର୍ଜୀ,ସମ୍ପାଦିକା ସୁଦଶା ପଣ୍ଡା, ସସ୍ମିତା ସାହୁ, ଅନିତା ପଟ୍ଟନାୟକ, ଅନିଲ ସାହୁ, ସୋମନାଥ ଖୁଣ୍ଟିଆ,ବିଷ୍ଣୁପ୍ରିୟା ବରାଲ, ସୌମ୍ୟା ମିଶ୍ର, ମମତା ପ୍ରଧାନ, ମଧୁସ୍ମିତା ଆଚାର୍ଯ୍ୟ, ଏବଂ ଯୁବ ମୋର୍ଚ୍ଚା ର ବିଶ୍ୱଜିତ୍ ମହାନ୍ତି, ସଂଗ୍ରାମ ପରିଡ଼ା, ମିଥୁନ ଜେନା, ବିଶ୍ବରଂଜନ ରାଉଳ, ପ୍ରଦୀପ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।