ଗଞ୍ଜାମ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ଅନ୍ତର୍ଗତ ପ୍ରହଲ୍ଲାଦ ନଗର ଅଂଚଳରେ ଆଜକୁ ୨୦ ଦିନ ହେଲା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ଠପ୍ ହୋଇଯାଇଛି । ଫଳରେ ସମ୍ପୃକ୍ତ ଅଂଚଳର ଜନସାଧାରଣ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି । ସମ୍ପୃକ୍ତ ଅଂଚଳରେ ରହିଥିବା କେତୋଟି ନଳକୂପରୁ ଲୋକେ ପାଣି ନେଇ ବ୍ୟବହାର କରୁଥିବା ଜଣାପଡିଛି । ତୁରନ୍ତ ଜନ ସ୍ଵାସ୍ଥ୍ୟ ବିଭାଗ ଲୋକଙ୍କ ଦାବି ପ୍ରତି ସହାନୁଭୁତି ଜଣାଇ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାକୁ ସ୍ଵାଭାବିକ୍ କରିବାକୁ ଅଂଚଳବାସୀ ଦାବି କରିଛନ୍ତି ।