
ଗଞ୍ଜାମ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଜଣେ ବ୍ୟକ୍ତିଙ୍କୁ ହତ୍ୟା ମାମଲାରୁ ନିର୍ଦ୍ଦୋଷରେ ଖଲାସ୍ ହୋଇଛନ୍ତି । ୨୦୧୫ ନଭେମ୍ବର ୨୫ ତାରିଖରେ ଘଟିଥିବା ଜିତେନ ଗୌଡ଼ ହତ୍ୟା ମାମଲାରେ ତାଙ୍କର ସମ୍ପୃକ୍ତି ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଥିଲା । ତେବେ ବ୍ରହ୍ମପୁର ଏଡିଜେ -୩ ଏହି ମୋକଦ୍ଦମାର ବିଚାର କରି ବିଧାୟକ ରମେଶଙ୍କୁ ନିର୍ଦ୍ଦୋଷରେ ଖଲାସ୍ କରିଛନ୍ତି ।