
ଭଦ୍ରକ – ଜଣେ ସଂକଟାପନ୍ନ ବିଷଖିଆ ରୋଗୀକୁ ଚାନ୍ଦବାଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭଦ୍ରକ ମୁଖ୍ୟ ଚିକିସôାଳୟକୁ ନେବାପାଇଁ ୧୦୮ ଆମ୍ବୁଲାନ୍ସ ନଆସିବାରୁ ଯେଉଁ ଘରୋଇ ଆମ୍ବୁଲାନ୍ସଟିରେ ସ୍ଥାନାନ୍ତର କରାଗଲା, ତାହା ଯାନ୍ତ୍ରିକ ତୃଟି ଯୋଗୁଁ ରାସ୍ତାମଝିରେ ଅଟକିବା ନେଇ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଉତେଜନା ଦେଖାଦେଇଥିଲା । ତେବେ ଏକଘଣ୍ଟା ବିଳମ୍ବରେ ୧୦୮ ପହଂଚିବା ପରେ ସଂପୃକ୍ତ ରୋଗୀଙ୍କୁ ଭଦ୍ରକ ସ୍ଥାନାନ୍ତର କରାଯାଇଥିବାବେଳେ ଉକ୍ତ ଦଦରା ଆମ୍ବୁଲାନ୍ସ ଗୁଡିକୁ ଡାକ୍ତରଖାନାରୁ ହଟାଇବା ନେଇ ଲୋକେ ଦାବି କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ମହୁଲିଆ ପଂଚାୟତର ବିନୋଦ ସାହୁ ଘରୋଇ କଳିରୁ ବିଷପାନ କରି ଗୁରୁତର ହୋଇପଡିଥିଲେ । ତାଙ୍କୁ ଚାନ୍ଦବାଲି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲେ ମଧ୍ୟ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତରମାନେ ଭଦ୍ରକ ମୁଖ୍ୟ ଚିକିସôାଳୟ ସ୍ଥାନାନ୍ତର କରିବାର ପରାମର୍ଶ ଦେଇଥିଲେ । ମାତ୍ର ସରକାରଙ୍କ ୧୦୮ ଆମ୍ବୁଲାନ୍ସଟି ଆସିବା ବିଳମ୍ବ ହେବାରୁ ରୋଗୀଙ୍କ ପରିବାର ଲୋକେ ଏକ ଘରୋଇ ଆମ୍ବୁଲାନ୍ସରେ ଭଦ୍ରକ ନେବା ରାସ୍ତାରେ ଚାନ୍ଦବାଲି ବଜାରରେ ଗାଡିଟର ଯାନ୍ତ୍ରିକ ତୃଟି ହେବାରୁ ତାହା ଅଟକି ରହିଥିଲା । ଦୀର୍ଘ ୧ ଘଂଟା ଧରି ରୋଗୀଟି ଆମ୍ବୁଲାନ୍ସ ମଧ୍ୟରେ ମୃତୁ୍ୟ ସହ ସଂଗ୍ରାମ କରୁଥିବାର ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଗାଡିଟିକୁ ପଛରୁ ଧକ୍କା ଦେଇ ଚଳନକ୍ଷମ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ଏପଟେ ରୋଗୀର ଅବସ୍ଥା ବେହାଲ ଦେଖି ଲୋକଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା । ଯଦିଓ ୧୦୮ ଏକଘଂଟା ବିଳମ୍ବରେ ଆସି ରୋଗୀକୁ ଉଦ୍ଧାର କରି ଭଦ୍ରକ ନେଇଥିଲା, ତେବେ ଦଦରା ଯାନ୍ତ୍ରିକ ତୃଟି ଥିବା ଘରୋଇ ଆମ୍ବୁଲାନ୍ସ ଗୁଡିକ ଉପରେ କାର୍ଯ୍ୟାନୁÂାନ ଗ୍ରହଣ ପୂର୍ବକ ସେଗୁଡିକୁ ଡାକ୍ତରଖାନା ପରିସରରୁ ହଟାଇବା ପାଇଁ ଲୋକେ ଦାବି କରିଛନ୍ତି ।