କନ୍ଧମାଳ, ଭାରତ ସରକାରଙ୍କ ଟ୍ରାଇ ସହଯୋଗରେ ଉପଭୋକ୍ତା ଓକିଲାତି ସଂଘ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ସ୍ଥାନୀୟ ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା। ଆଜି କାଲି ମୋବାଇଲ ବ୍ୟବହାର, ଇନ୍ଟରନେଟ ଓ ଇ- କମର୍ସ, ଇ-ସେବା ମାନବ ସମାଜର ଅପରିହାର୍ଜ୍ୟ, ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପିଲ୍ଲା, ବୁଢା, ଯୁବକ ଯୁବତୀ ସମସ୍ତେ ଏସମସ୍ତ ବ୍ୟବହାର କରୁଛନ୍ତି, କିନ୍ତୁ ୯୦ ଭାଗ ଲୋକେ ସଚେତନତା ଅଭାବ ଓ ସମୟ ସାପେକ୍ଷ ପାଇଁ ସାଇବର ଅପରାଧର ଶିକାର ହେବା ସହ ବହୁ ମାତ୍ରାରେ ଧନ ଜୀବନ କ୍ଷୟକ୍ଷତି ହେବାକୁ ପଡିଥାଏ । ଶତକଡା ୮୫ ପ୍ରତିଶତ ଲୋକ ନିଜର ଅସାବଧାନତା ଓ ମାନବ କୃତ ତ୍ରୁଟି ଅବହେଳା ଦ୍ଵାରା ହୋଇଥାଏ, ଯାହା ସରକାରଙ୍କ ନିୟନ୍ତ୍ରଣ ନାହିଁ ଯାହା ସମସ୍ତ ମନରେ ଛନକା ହୋଇଅଛି। ଆୟୋଜନକାରୀ ଅନୁଷ୍ଠାନ ବାର୍ଡ ସମ୍ପାଦକ ତଥା କର୍ମଶାଳାର ସାଧନା କର୍ମୀ ପ୍ରକାଶ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ମଧାମରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ ଓ ଟ୍ରାଇ ର ଡ଼ିଏନଡ଼ି ଆପ ବ୍ୟବହାର କାରି ଅବାନ୍ଛିତ କଲ ଦାଉରୁ ରକ୍ଷା କରିବା, ଟ୍ରାଇର ମାଇଁ ସ୍ପୀଡ ଆପ ବ୍ୟବହାର କରି ଇଣ୍ଟରନେଟର ଦ୍ରୁତ, କେତେ ବ୍ୟବହାର ଇତ୍ୟାଦି ବିଷୟରେ ସଜାଗ ରହିବା, ସାଇବର ନିରାପତ୍ତା ଟୋଲଫ୍ରୀ ୧୯୩୦ କରି ସହାୟତା ନେବା ପାଇଁ ପରାମର୍ଶ ଦେଇଛନ୍ତି। କେଉଆଇସି ଜନିତ ତ୍ରୁଟି, ଓଟିପି, ଆକର୍ଷଣୀୟ ଓ ଗିଫ୍ଟ ଉପହାର, ତ୍ରୁଟି ଆପ୍ପ, ମିଥ୍ୟା କଲ, ଦୁର୍ବଳ ପାସୱର୍ଡ, ଯୌନ ଉତ୍ପିଡନ, ଫେସବୁକ, ୱ୍ହଟସ ଆପ, ଟ୍ବିଟର, ୱେବସାଇଟ, ଇନଷ୍ଟାଗ୍ରାମ, ଇମେଲ ବିଭ୍ରାନ୍ତି କରଣ ବିଜ୍ଞାପନ, ବିଭିନ୍ନ ଗେମ, ବାର୍ତ୍ତା ମାଧ୍ୟମରେ ହ୍ଯାକର ମାନେ ସାଇବର ଅପରାଧ ରଚିଥାନ୍ତି। ଏସବୁର ବିଷୟ ରେ ସବୁଜାଣି ବ୍ୟବହାର କରିବା ଆଗାମୀ ଭବିଷ୍ୟତ ପୀଢିଙ୍କୁ ସେ ବିଭନ୍ନ ଉପାୟରେ ପ୍ରଶିକ୍ଷଣ ଦେଇଥିଲେ। ସଭାପତି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପଂଚାନନ ପ୍ରଧାନ ମଞ୍ଚ ପରିଚାଳନ କରି ଆବଶ୍ୟକ ଭିତିଭୂମି ପ୍ରଥମେ କରିବା, ବଜାର ଆସୁଥିବା ସେବା ବା ଦ୍ରବ୍ୟ ଆସିବା ପୂର୍ବରୁ ପ୍ରଦାନକାରୀଙ୍କୁ ସରକାରଙ୍କ ବଡଛାଟ ଓ ଅଙ୍କୁଶ ଥିଲେ, କଡା ନିୟମ କାର୍ଯ୍ୟକାରୀ ହେଲେ ଖାଉଟି ବିଭିନ୍ନ ଶିକାରର ସମ୍ମୁଖିନ ହୋଇ ନଥାନ୍ତି ଓ ଏପରି ଖାଉଟି ସଚେତନତା କାର୍ଯ୍ୟକ୍ରମ ଅଧିକ ହେବା ଉପରେ ଗୁରୁତ୍ଵ ଦେଇଥିଲେ। ବିଶେଷ କରି କନ୍ଧମାଳ ଜିଲ୍ଳା ୧୦ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ୧୨ଗୋଟି ବ୍ଲକ, ୨୦୦ ଗୋଟି ଗ୍ରାମ ଆଦିବାସୀ ଅଧ୍ଯୁସିତ, ଅପ୍ରାନ୍ତ, ଅପହଞ୍ଚ କନ୍ଧମାଳ ଜିଲ୍ଲା ଥିବା ଦ୍ରୁଷ୍ଟିରୁ ସବୁଠି ନେଟୱର୍କ ପହଞ୍ଚାଇବା ସରକାରଙ୍କ କଡା ନିଷ୍ପତ୍ତି ଥିଲେବି ଟେଲିକମ କମ୍ପାନୀର ମାନେ ଅଣଦେଖା କରିବା ଓ ସରକାର ଡିଜିଟାଲ ସାକ୍ଷର ପାଇଁ ଆବଶ୍ୟକ ଭିତିଭୂମିର ଅଭାବ, ନେଟୱର୍କ ସମସ୍ୟା, ଇନ୍ଟରନେଟ ଧିମା ଗତିରେ ଚାଲିବା। ଫେକ ମେସେଜ, ରିଚାର୍ଜ ପୂର୍ବରୁ ବାରମ୍ବାର କଲ ଆସିବା, ନୋଡାଲ ଓ ଅପଡେଟ ଅଧିକାରୀଙ୍କ ତଥ୍ୟ ସାର୍ବଜନୀକରଣ ନକରିବାକୁ ସଭାରେ ଦୃଢ ପ୍ରତିବାଦ ଦେଖିବାକୁ ମିଳିଥିଲା।
ବରିଷ୍ଠ ଆଇନଜୀବୀ ତଥା ଖାଉଟି ବିଶେଷଜ୍ଞ ବିଜୟ କୃଷ୍ଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଖାଉଟି ସୁରକ୍ଷା ଆଇନ ଓ ଇ -କମର୍ସ ନିୟମ ବିଷୟରେ ତାଲିମ ଦେଇଥିଲେ। ଭାରତୀୟ ଦୂରସଂଚାର, ଏୟାର ଟେଲ କମ୍ପାନୀର, ଜିଓ ଟେଲିକମ କମ୍ପାନୀର ପ୍ରତିନିଧି ମାନେ ଯୋଗଦେଇ ସେବା ସୁବିଧା ପ୍ରଦାନ ସହ ଗ୍ରାହକଙ୍କ ଅଭିଯୋଗ ଶୁଣିଥିଲେ ।