ଭଦ୍ରକ – ଏହି ଜିଲାର ସର୍ବପୁରାତନ ଶିକ୍ଷାନୁÂାନ ଜିଲାସ୍କୁଲରେ ପାଠପଢା ବଦଳରେ ଚାଲିଛି ଶିକ୍ଷକ ବିବାଦ । ଫଳରେ ବଳି ପଡୁଛନ୍ତି କୋମଳମତି ଛାତ୍ରଛାତ୍ରୀ । ଜଣେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଚକ୍ରାନ୍ତ କରି ବଦଳି କରାଯାଇଥିବା ନେଇ ୩ ଜଣ ଶିକ୍ଷକଙ୍କ ବିରୁଦ୍ଧରେ ଆସିଥିଲା ମାନସିକ ନିର୍ଯ୍ୟାତନା ଅଭିଯୋଗ । କଥା ଏମିତି ହୋଇଥିଲା ଯେ ବିଦ୍ୟାଳୟ ପାଚେରୀ ଡେଇଁ ବିବାଦ ଆସି ପହଂଚିଥିଲା ଥାନାରେ । ସହରାଂଚଳ ଥାନାଧିକାରିଣୀ ଶିକ୍ଷୟିତ୍ରୀ ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେଇଥିବା ୩ ଜଣ ଶିକ୍ଷକଙ୍କୁ ଥାନାକୁ ଡକାଇ ଜେରା ମଧ୍ୟ କରିଥିଲେ । ତେବେ ଏହି ଘଟଣାରେ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଆଖିଆଗରେ ରଖି ହିନ୍ଦୀ ଶିକ୍ଷୟିତ୍ରୀଙ୍କ ସମେତ ସଂପୃକ୍ତ ୩ ଜଣ ଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରି ଅନ୍ୟତ୍ର ବଦଳି କରିଥିଲେ । ମାତ୍ର ସଂପୃକ୍ତ ୩ ଶିକ୍ଷକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପ୍ରଭାବିତ କରି ନିଜ ବଦଳି ବାତିଲ କରିବା ନେଇ ଆଜି ପିଲାମାନଙ୍କ ଦ୍ୱାରା ଅଭିନବ ଭାବେ ଧାରଣା ଓ ତାଲାପକା ଆନେ୍ଦାଳନ କରିଥିଲେ । ଏପରିକି ପୂର୍ବ ଯୋଜନା ଅନୁସାରେ କେତେକ ବୈଦୁ୍ୟତିକ ଗଣମାଧ୍ୟମକୁ ଅନ୍ଧାରରେ ରଖି ନିଜ ସ୍ୱାର୍ଥ ହାସଲ ପାଇଁ ନୁ୍ୟଜ୍ ମଧ୍ୟ କରାଇଥିଲେ । ଯାହା ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଆଜି ଏହି ବିଦ୍ୟାଳୟର ପିଲାମାନେ ପାଠପଢା ବଦଳରେ କ୍ଲାସ୍ରୁମ୍ରୁ ବାହାରି ଗେଟ୍ରେ ତାଲା ପକାଇ ଧାରଣାରେ ବସିଥିଲେ । ତେବେ ଏକ ପବିତ୍ର ସ୍ଥାନ ଭାବେ ପରିଚିତ ଶିକ୍ଷାନୁÂାନର ଛାତ୍ରଛାତ୍ରୀଙ୍କୁ ଏଭଳି ଭାବେ ବ୍ୟବହାର କରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି ହୋଇଛି । କେତେକ ଅଭିଭାବକ ଓ ବୁଦ୍ଧିଜୀବୀଙ୍କ କହିବା ମୂଳେ ଯେଉଁ ଶିକ୍ଷକମାନେ ଦୀର୍ଘଦିନ ଧରି ଏହି ବିଦ୍ୟାଳୟକୁ ନିଜର ସ୍ୱାର୍ଥ ହାସଲ ଦିଗରେ ବ୍ୟବହାର କରି ପିଲାମାନଙ୍କୁ ନେଇ ରାଜନୀତି ଆରମ୍ଭ କରିଛନ୍ତି, ସେମାନଙ୍କ ଯୋଗୁଁ ଶୈକ୍ଷିକ ବାତାବରଣ କଳୁଷିତ ହୋଇଛି । ଏହି ବିଶୃଙ୍ଖଳିତ ଶିକ୍ଷକ ମାନେ ବିଭିନ୍ନ ସମୟରେ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଟାଙ୍କି ସଫା କରାଇବା, ଖରାପ ଇଙ୍ଗିତ ପ୍ରଦର୍ଶନ କରିବା ଭଳି ସଂଗୀନ ଅଭିଯୋଗମାନ ରହିଛି । ଯାହାର ନଜିର ପୂର୍ବରୁ ଏହି ବିଦ୍ୟାଳୟର କେତେକ ଶିକ୍ଷକଙ୍କ ଉପରେ ହୋଇଥିବା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁÂାନରୁ ଜଣାଯାଏ । ତେବେ ପୁଣିଥରେ ଜଣେ ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଉଦେ୍ଧଶ୍ୟମୂଳକ ଭାବେ ମାନସିକ ନିର୍ଯ୍ୟାତନା ଦେଇ ତାଙ୍କୁ ବଦଳି କରିବାର ଷଡଯନ୍ତ୍ର ପରେ ଘଟଣା ଏବେ ପଦାକୁ ଆସିଛି । ଏହାକୁ ନେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ସର୍ବପରି ଏହି ବିବାଦ ପରେ ଜିଲା ଶିକ୍ଷାଧିକାରୀ ଓ ଭଦ୍ରକ ବିଧାୟକଙ୍କ ହସ୍ତକ୍ଷେପ ଫଳରେ ୩ ଜଣ ବିବାଦୀୟ ଶିକ୍ଷକଙ୍କୁ ବଦଳି ପାଇଁ ପ୍ରଧାନ ଶିକ୍ଷକଙ୍କୁ ଚିଠି କରିଥିଲେ । ମାତ୍ର ପ୍ରଧାନ ଶିକ୍ଷକ ସେମାନଙ୍କୁ ରିଲିଫ୍ କରିବା ପରିବର୍ତେ ଛୁଟିଦେବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଛି । ବଦଳି ପରେ ଏହି ୩ ଶିକ୍ଷକ ଉକ୍ତ ସ୍ଥାନକୁ ନଯାଇ ଏଠାରେ ପରୀକ୍ଷା ଚାଲିଥିବା ସତ୍ୱେ ଏକ ନାଟକୀୟ ଢଙ୍ଗରେ ପିଲାମାନଙ୍କ ଉପରେ ଚାପ ପକାଇ ଦୀର୍ଘ ଦୁଇଘଂଟା କାଳ ଶ୍ରେଣୀ ବନ୍ଦ ରଖି ଧାରଣାରେ ବସାଇବା ସହିତ ନିଜ ସପକ୍ଷରେ କେତେକ ବୈଦୁ୍ୟତିକ ଗଣମାଧ୍ୟମରେ ପ୍ରଦର୍ଶିତ କରିବାର ଯେଉଁ ଯୋଜନା କରିଛନ୍ତି, ତାହା ଏବେ ପଦାରେ ପଡିଛି । ଧାରଣାରତ ଛାତ୍ରଛାତ୍ରୀମାନେ ୪ ଶିକ୍ଷକ ବଦଳି ହୋଇଥିବାବେଳେ ଶିକ୍ଷୟିତ୍ରୀଙ୍କୁ ଛାଡି ବିଶୃଙ୍ଖଳାକାରୀ ୩ ଶିକ୍ଷକଙ୍କ ସପକ୍ଷରେ ଗଣମାଧ୍ୟମରେ କହିବା ଘଟଣା ସମସ୍ତ ଚକ୍ରାନ୍ତକୁ ପଦାରେ ପକାଇଛି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ବଦଳି ହୋଇଥିବା ହିନ୍ଦୀ ଶିକ୍ଷୟିତ୍ରୀ ଛୁଟିରେ ଥିବାବେଳେ ତାଙ୍କୁ ବଦଳି କରାଯାଇଥିବାବେଳେ ଏହି ୩ ବିବାଦୀୟ ଶିକ୍ଷକ ବଦଳି ନିଦେ୍ର୍ଧଶ ପରେ ଛୁଟିରେ ରହିଲେ କେମିତି । ଏଥିନେଇ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟକଳାପ ସନେ୍ଦହ ଘେରକୁ ଆସିଛି । ଏଣୁ ଏହି ବିଦ୍ୟାଳୟର ପୂର୍ବ ଗୌରବ ଅକ୍ଷୁର୍ଣ୍ଣ ରଖିବା ଦିଗରେ ତୁରନ୍ତ ବଦଳି ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଶିକ୍ଷା ବିଭାଗ ତାଗିଦ ନକଲେ ଆଇନ୍ଗତ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ପୁରାତନ ଛାତ୍ର ସଂଘ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।
Related Stories
October 25, 2024