ଭୁବନେଶ୍ୱର, ରନ୍ଧନ ଗ୍ୟାସ ସିଲିଂଡରର ମୂଲ୍ୟ ବୃଦ୍ଧି ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ଆଜି ପ୍ରତିବାଦ କରାଯାଇଛି । ମାଷ୍ଟରକ୍ୟାଂଟିନ ଛକରେ ମହିଳା କଂଗ୍ରେସର କର୍ମ ମାନେ ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି ।
ଏହି ଅବସରରେ ସେମାନେ କହିଛନ୍ତି ଯେ ଘରୋଇ ଗ୍ୟାସ ଦର ୫୦ଟଙ୍କା ବୃଦ୍ଧି କରି ଗରିବଙ୍କ ଉପରେ ବୋଝ ଲଦିଛନ୍ତି କେନ୍ଦ୍ର ସରକାର । ପ୍ରଦେଶ ମହିଳା କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଭବନରୁ ଏକ ଶୋଭାଯାତ୍ରାରେ ବାହାରି ମାଷ୍ଟର କ୍ୟାଂଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏଥିରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ ମହିଳା କଂଗ୍ରେସର କର୍ମକର୍ତା ମାନେ ଉପସ୍ଥିତ ଅଛନ୍ତି ।