-
ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ
ଭୁବନେଶ୍ୱର, ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଜୟନ୍ତୀକୁ ଧୁମଧାମରେ ପାଳନ କରାଯିବ । ଏହି ଅବସରରେ ଦଳ ପକ୍ଷରୁ ଅନେକ କାର୍ଯକ୍ରମ ଆୟୋଜିତ ହେବ । ବିଜୁ ଜୟନ୍ତୀରେ ନବୀନ ଓଡ଼ିଶା ପାଇଁ ନିଆଯିବ ସଂକଳ୍ପ । ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀରେ ଏକ ସଶକ୍ତ, ସମୃଦ୍ଧ ଓ ସ୍ୱାଭିମାନୀ ଓଡ଼ିଶା ଗଠନ କରିବାକୁ ନବୀନ ଓଡ଼ିଶାର ସଂକଳ୍ପ ନେବେ ଯୁବକ, ଛାତ୍ର, ମହିଳା ଓ ବିଜେଡି ନେତା କର୍ମୀ । ନବୀନ ଓଡ଼ିଶା ଏକ ନୂତନ ଓଡ଼ିଶା ଓ ବିକାଶଶୀଳ ଓଡ଼ିଶା । ନବୀନ ଏବେ ଏକ ମଡେଲ । ସାରା ବିଶ୍ୱ ପାଇଁ ନବୀନ ପଟ୍ଟନାୟକ ବିକାଶ ପୁରୁଷ ଭାବେ ପରିଚିତ । ଡାକୋଟା ଏକ ବିମାନ ନୁହେଁ, ଏକ ସ୍ୱାଭିମାନ । ଆସନ୍ତାକାଲି ବିଜୁ ଏକ୍ସପ୍ରେସ ୱେ ମଧ୍ୟ ଲୋକାର୍ପଣ ହେବ ବୋଲି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି ।