
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ବାଙ୍କୀ,
କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମ ପଞ୍ଚାୟତର ଶ୍ରୀ ଶ୍ରୀ ବାଲୁଙ୍କେଶ୍ବର ଦେବଙ୍କ ମନ୍ଦିର ପ୍ରାଙ୍ଗଣସ୍ଥିତ ମାରୁତି ମଣ୍ଡପରେ ‘‘ ସାକେତ୍ ସତସଙ୍ଗ ସାଂସ୍କୃତିକ ସଂସଦ’ ‘ବରପୁଟ ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତବର୍ଷ ଆୟୋଜିତ ତିନି ଚତ୍ବାରିଂଶ ତମ ନବାହ୍ନ ପରାୟଣ ଓ ଜ୍ଞାନଯଜ୍ଞ ର ସପ୍ତମ ଦିବସରେ କଟକ ଜିଲ୍ଲା ବଡମ୍ବା ର ପଣ୍ଡିତ ନାରାୟଣ ପଣ୍ଡା ଭରତ ଓ ଶ୍ରୀରାମ ମିଳନ ବ୍ୟାଖ୍ୟା କରିଥିଲେ| ଏହି ଉତ୍ସବରେ ସଂମ୍ମାନିତ ଅତିଥି ଭାବେ ଡ଼ାକ୍ତର ପଦ୍ମଚରଣ ପଣ୍ଡା ମଞ୍ଚାସିନ ଥିଲେ | ଏହି କାର୍ଯ୍ୟକ୍ରମ ୦୪ ମାର୍ଚ୍ଚ ଶନିବାର ଦିନ ବିଶ୍ୱର କଲ୍ୟାଣ ପାଇଁ ଯଜ୍ଞ ଓ ପୂର୍ଣ୍ଣାହୁତି, ଘଟ ବିସର୍ଜନ, ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ପୂର୍ଣ୍ଣ ହେବ |
ସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପରାୟଣ କାର୍ଯ୍ୟକ୍ରମରେ ପଣ୍ଡିତ ରାମ ନିରଞ୍ଜନ ଦାସଜୀ ମହାରାଜ ଏବଂ ମୋ ଗାଁ ଗ୍ରୁପ ତରଫରୁ ରୁ ପୂର୍ଣ୍ଣ ସହଯୋଗ ମିଳିଛି |ଏହି କାର୍ଯ୍ୟକ୍ରମରେ ବରପୁଟ ଗ୍ରାମ ପଞ୍ଚାୟତ ର ଭକ୍ତମାନେ ମାନେ ପରାୟଣ ଶ୍ରବଣ କରିବା ସହିତ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି |ଶେଷରେ ସାକେତ୍ ସଙ୍ଗ ସାଂସ୍କୃତିକ ସଂସଦ,ର ସଂପାଦକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |