ଭୁବନେଶ୍ୱର, ଗ୍ୟାସ ସିଲିଣ୍ଡର ଦାମ ବୃଦ୍ଧି ପ୍ରତିବାଦରେ ବିଜେ଼ଡି ମହିଳା ମୋର୍ଚା ପକ୍ଷରୁ ଆଜି ବିଜେଡି ପକ୍ଷରୁ ଧାରଣା ଦିଆଯାଇଛି । ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଗ୍ୟାସ ସିଲିଣ୍ଡର ରଖି, ଚୁଲି ଜାଳି ପ୍ରତିବା କରିଛନ୍ତି ।
ରାଜଧାନୀରେ ବିଜୁ ମହିଳା ଜନତା ଦଳର କର୍ମୀମାନେ ରାଜଭବନ ଆଗରେ ଚୁଲି ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ରାଜଭବନ ଆଗରେ ବିରୋଧ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା କରି ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରିବାକୁ ବିଜେଡି ପକ୍ଷରୁ ଦାବି କରାଯାଇଛି ।