
ରାଉରକେଲା, ସୁନ୍ଦରଗଡ ଜିଲ୍ଲା ବଡଗାଁ ଅଂଚଳର ଏକ ପାହାଡ ପାଖରେ ବୁଲୁଥିବା କଲରାପତରିଆ ବାଘ ବିଗତ ୨ ଦିନ ଧରି ସାଧାରଣରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଜଙ୍କଲ ବିଭାଗ ୨ ଦିନ ଧରି ସେହି ଅଂଚଳରେ ବୁଲୁଥିଲେ ମଧ୍ୟ ତାର କୌଣସି ଖୋଜ ଖବର ପାଉନାହିଁ ଓ ତାର ଗର୍ଜନ ମଧ୍ୟ ଆଉ ଶୁଭୁନାହିଁ, ହେଲେ ବାଘ କୁଆଡେ ଗଲା କେଉଁଠି ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ ଦିନ ରାତି ଜଙ୍ଗଲ ବିଭାଗ କର୍ମଚାରୀ ମାନେ ସେହି ଆଖ ପାଖରେ ବୁଲି ନାକେଦମ ହୋଇଥିବା ଖବର ମିଳିଛି ।
୨ ଦିନ ତଳେ ବାଘଟି ସେହି ପାହାଡ ଓ ଆଖ ପାଖ ଗାଁ ର ଛୋଟ ଛୋଟ ଜଙ୍ଗଲରେ ବୁଲୁଥିବା ନେଇ ଜଣାପଡିବା ପରେ ବନବିଭାଗ ପକ୍ଷରୁ ଏହାକୁ ଧରିବା ଓ ଲୋକଙ୍କୁ ସୁରକ୍ଷା ଦେବା ଲାଗି ଅବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଦୁଇ ଦିନ ଧରି ଗାଁ ଗାଁ ରେ ଲୋକେ ନିଆଁ ଜାଳି ରାତିରେ ଉଜାଗର ରହିଲେ, ବନ ବିଭାଗ ମଧ୍ୟ ସମସ୍ତ କର୍ମଚାରୀ ମାନଙ୍କୁ ସଜାଗ ରଖିଥିଲା । ଥରେ ବାଘଟି ପାଣି ପିଇବାକୁ ଆସିଥିବା ନେଇ ତାର ପାଦ ଚିହ୍ନରୁ ଜଣା ପଡିଥିଲା। ପରେ ବିଭିନ୍ନ ଲୋକଙ୍କ ବାଡିରେ ପଶିଥିବା ଭିଡଓରୁ ଜଣାପଡିଥିଲା, ହେଲେ ବନ ବିଭାଗ ତାକୁ ଧରିବା ଲାଗି କରିଥିବା ସମସ୍ତ ଉଦ୍ୟମ ବିଫଳ ହୋଇଥିଲା । ଗତକାଲି ଯାଏ ତାକୁ ଜଗି ରହିବା ସହ ବନ ବିଭାଗ କିଛି ଖବର ନପାଇ ଗଁ ଗାଁ ରେ ଲୋକଙ୍କୁ ସଚେତନ କରାଇ ପାଖ ପାଣି ଅଞ୍ଚଳ ଜଙ୍ଗଲ ଉପରେ ନଜର ରଖିଛି। ସେପଟେ ବାଘକୁ ନେଇ ଲୋକଙ୍କ ଭିତରେ ଏବେ ବି ଭୟ ରହିଛି । ତେବେ ବନ ବିଭାଗର ଜଣେ କର୍ମଚାରୀଙ୍କ କହିବା କଥା, ଲୋକେ ପୂର୍ବଭଳି ଜଙ୍ଗଲକୁ ଯିବା ସହ ଘରୋଇ ଛେଳି ଗାଇ ଗୋରୁଙ୍କୁ ଚରିବା ଲାଗି ଛାଡୁଛନ୍ତି । ବାଘଟି ପଡୋଶୀ ରାଜ୍ୟ ଜଙ୍ଗଲ ଯାହାକି ଓଡିଶା ସୀମାରୁ ପ୍ରାୟ ୧୦ କି.ମି. ଦୂରରେ ରହିଛି, ହୁଏତ ସେହି ଜଙ୍ଗଲ ମୁହାଁ ହୋଇ ବଡ ଗାଁ ଅଂଚଳ ଛାଡି ଦେଇଥିବା ଅନୁମାନ କରାଯାଉଛି । ସେଥିଲାଗି ପାଣିଥିବା ୍ାଗାଁରେ ତା ପାଦ ଚିହ୍ନ ଦେଖାଯାଉନି କିମ୍ବା ତାର ଗର୍ଜନ ମଧ୍ୟ ଶୁଭୁନି, ତଥାପି ବନ ବିଭାଗ ପକ୍ଷରୁ ବାଘକୁ ଜଗା ଯାଇଛି । ଏଠାରେ ଗୋଟିଏ କଥା ଯେଉଁ ବାଘ ଥରେ ଯଦି ରାସ୍ତା ଭୁଲି ଏହି ଅଞ୍ଚଳକୁ ଆସିଥିଲା ଓ ଚାଲିଯାଇଛି ସେ ଯେ ଆଉନଆସିବ ତାହା କହିବ କିଏ, ଯଦି ପୁଣି କିଛି ଦିନ ଓ ସମୟ ପରେ ଫେରେ ସେତେବେଳେ କଣ କରାଜିବ, ଲୋକଙ୍କୁ ସୁରକ୍ଷା ଦେବ କିଏ । ବଡ ଗାଁ ର ଏହି ଅଞ୍ଚଳର ଲୋକେ ନିଜ ଗାଁରେ ରହିବା ସହ ଖୋଲା ଖୋଲି ଘରୋଇ ପଶୁଙ୍କୁ ଧରି ଚାରାଇବାକୁ ଯାଇଥାନ୍ତି । ଘର ମଧ୍ୟ ପ୍ରାୟ ଖୋଲା ରହିବା ସହ ପିଲା ମାନେ ନିର୍ଭୟରେ ବାହାରେ ଖେଳା ବୁଲା କରନ୍ତି ମୋଟା ମୋଟି ନିଜ ଭିଟା ମାଟିରେ ଶାନ୍ତିରେ ରୁହନ୍ତି, ତେବେ ହଠାତ ଏଭଳି ବାଘ ସେ ଅଞ୍ଚଳରେ ବୁଲିବା ଓ ଆଉ ଏବେ ତାର ଖୋଜ ଖବର ନମିଳିବାକୁ ନେଇ ସେମାନଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଛି । ବନ ବିଭାଗ ସେମାନଙ୍କୁ କିପ୍ରକାର ସାନ୍ତ୍ୱନା ଦେଇ ସେମାନଙ୍କ ଜୀବନ ଯାପନକୁ ସାଧାରଣ କରିବ ତାହା ଦେଖିବାକୁ ବାକି ରହିଲା ।