ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ – ମନ୍ତ୍ରୀ ଶ୍ରୀ ଜେନା
ଭୁବନେଶ୍ୱର – ସରକାରୀ ଦପ୍ତରମାନଙ୍କରେ ସର୍ବସାଧାରଣଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଆମ ସରକାରଙ୍କ ଲକ୍ଷ୍ୟ । ଗୃହ ଓ ନଗର ଉନ୍ନୟନ ବିଭାଗରେ ୫-ଟି କାର୍ଯ୍ୟକ୍ରମରେ “ମୋ ସରକାର” କାର୍ଯ୍ୟକାରୀ ହେବାକୁ ଯାଉଛି । ଆସନ୍ତା ଜାନୁୟାରୀ ମାସ ପହିଲାରୁ ବିଭାଗ ଅଧୀନସ୍ଥ ୩୬୦କ୍ଷେତ୍ର କାର୍ଯ୍ୟାଳୟରେ ଏହା ଲାଗୁ ହେବ । ଏ ନେଇ ସଂପୃକ୍ତ ପଦାଧିକାରୀମାନଙ୍କର ଅଭିମୁଖୀକରଣ ବା ନୂତନ ପିସ୍ଥିତିରେ ନିଜକୁ ଅଭ୍ୟସ୍ତ କରିବା ନିମନ୍ତେ ଏକ ଦିନିକିଆ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପଂଚାୟତିରାଜ , ପାନୀୟ ଜଳ , ଆଇନ , ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଆନୁÂାନିକ ଭାବେ ଉଦ ଘାଟନ କରି କହିଛନ୍ତି ଯେ ଜନସାଧାର ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ସସେମାନଙ୍କର ସେବା କରିବା ସରକାରଙ୍କର ପରମ କର୍ତବ୍ୟ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟି ସରକାରଙ୍କର ସମସ୍ତ କାର୍ଯ୍ୟ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ସମ୍ପାଦିତ ହୋଇଥାଏ । ଏଣୁ ସରକାରୀ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ ଦକ୍ଷତା ଏବଂ ପାରଦର୍ଶିତା ପ୍ରକାରନ୍ତରେ ସରକାରଙ୍କ ଦକ୍ଷତା ଓ ପାରଦର୍ଶିତା । ଯଦି ଆମେ ଜନସାଧାରଙ୍କୁ ଅକୁଣ୍ଠ ସେବା ଯୋଗାଇ ଦେଇପାରିଲେ ଲୋକମାନେ ସେହି ସବୁ ଯୋଜନାର ସୁଫଳ ପାଇ ପାରିବେ । ସରକାର ଓ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ରାଜ୍ୟର ଅଭୂତ ବିକାଶ ସାଧିତ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।
“ମୋ ସରକାର” କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ସହିତ ଫୋନ ଯୋଗେ ସମ୍ପର୍କ ସ୍ଥାପନ କରୁଛନ୍ତି । ସେମାନଙ୍କୁ ସରକାରୀ ଦପ୍ତରମାନଙ୍କରେ କିଭଳି ବ୍ୟବହାର ପ୍ରଦର୍ଶନ କରାଗଲା , ସେବା ପ୍ରଦାନ ନିମନ୍ତେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି କି ନାହିଁ ପଚାରି ବୁଝୁଛନ୍ତି । ଜନସାଧାରଣଙ୍କ ମତାମତ ଭିତିରେ ସରକାରକୁ ଅଧିକ ଉତରଦାୟୀ କରିବା “ମୋ ସରକାର”ର ମୂଳ ଲକ୍ଷ୍ୟ । ସରକାରୀ କାର୍ଯ୍ୟରେ ପାରଦର୍ଶିତା ଆଣିବା ଏବଂ ଭ୍ରଷ୍ଟାଚାରକୁ ସମୂଳେ ବିଲୋପ କରିବା ନିମନ୍ତେ ଗତ ଅକ୍ଟୋବର ୨ ତାରିଖରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଆସନ୍ତା ଜାନୁୟାରୀ ପହିଲାରୁ ଗୃହ ଓ ନଗର ଉନ୍ନୟନ ବିଭାଗ ଅନ୍ତର୍ଗତ ୩୬୦ ଟି କ୍ଷେତ୍ର କାର୍ଯ୍ୟାଳୟରେ ଏହା କାର୍ଯ୍ୟକାରୀ ହେବ ଏବଂ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସ୍ୱତନ୍ତ୍ର କକ୍ଷ ଖୋଲାଯିବ । ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ଆଦୃତ ହେବା ସହିତ ପ୍ରଶଂସିତ ହେଉଛି । ଏଣୁ ମୋ ସରକାର କାର୍ଯ୍ୟକ୍ରମକୁ ମଧ୍ୟ ଆମେ ସଫଳତାର ସହ କାର୍ଯ୍ୟକାରୀ କରି ବିଭାଗ ତଥା ସରକାରଙ୍କୁ ଅଧିକ ଲୋକାଭିମୁଖି କରିପାରିବା ଦିଗରେ ବ୍ରତୀ ହେବାକୁ ମନ୍ତ୍ରୀ ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।
ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥି ଭାଥନନ ବିଭାଗ ଅଧୀନସ୍ଥ ୩୬୦ କ୍ଷେତ୍ର କାର୍ଯ୍ୟାଳୟରେ ସ୍ୱତନ୍ତ୍ର କକ୍ଷ ଖୋଲାଯିବା ଓ ତାର ପରିଚାଳନା ଉପରେ ଆଲୋକପାତ କରି କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟ ନିମନ୍ତେ ଆସୁଥିବା ଜନସାଧାଣଙ୍କ ସଠିକ ଡାଟା ବେସ ନିର୍ଦ୍ଧିଷ୍ଟ ଫରମାଟରେ ପ୍ରସ୍ତୁତ କରିବେ । ସେହି ଡାଟାକୁ ନେଇ ମନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପଦସ୍ଥ ଅଧିକାରୀମାନେ ଜନସାଧାରଙ୍କ ମତାମତ ସଂଗ୍ରହ କରିବା ସଂପର୍କରେ ସୂଚନା ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ , ସ୍ୱତନ୍ତ୍ର ସଚିବ ପ୍ରେମକୁମାର ଝା , ଯନ୍ତ୍ରୀ ମୁଖ୍ୟ ଜନ୍ମେଜୟ ସେଠୀ , ରାଜ୍ୟ ସହରାଂଚଳ ଗୃହ ନିର୍ମାଣ ମିଶନ ନିଦେ୍ର୍ଧଶକ ସୁରେଶ ଚନ୍ଦ୍ର ଦଳାଇ ଏବଂ ଯୁଗ୍ମ ସଚିବ ସୁଶାନ୍ତ ମିଶ୍ର ପ୍ରମୁଖ ଉଦ ବୋଧନ ଦେଇଥିଲେ । ଉକ୍ତ ତାଲିମ ଶିବିରେ ସମସ୍ତ ମହାନଗର ନିଗମର କମିଶନର , ପୌରପାଳିକା ଓ ଏନ .ଏ.ସିର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଯୋଗ େଇଥିଲେ ।