ବ୍ରହ୍ମପୁର:ଆସନ୍ତା ୫ ତାରିଖରୁ ରଙ୍ଗେଇଲୁଣ୍ଡାରୁ ଉଡ଼ିବ ବିମାନ । ଯାହାକୁ ନେଇ ଏବେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ । ରନ୍ଓ୍ବେର କାମ ଶେଷ ହୋଇଥିବା ବେଳେ କାଉଣ୍ଟର କାମ ସହ ଅନ୍ୟାନ୍ୟ କାମ ଯୁଦ୍ଧକାଳୀନ ଭିତ୍ତିରେ ଜାରୀ ରହିଛି । ଆଉ ହାତରେ ମାତ୍ର ଦୁଇ ଦିନ ରହିଥିବା ବେଳେ କିଭଳି ରହିଛି ରଙ୍ଗେଇଲୁଣ୍ଡା ବିମାନ ଘାଟିର ସ୍ଥିତି ସେ ନେଇ ଦେଖିବା ନିମନ୍ତେ ରଙ୍ଗେଇଲୁଣ୍ଡାରେ ପହଞ୍ଚିଥିଲେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ । ଉଷା ପାଢ଼ୀ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ଏକ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ପହଞ୍ଚିଥିଲେ । ରଙ୍ଗଇଲୁଣ୍ଡାରେ ପହଞ୍ଚିବା ପରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଏକ କୋଠାରୀରେ ଜିଲ୍ଲା ପ୍ରାଶସନର ବରିଷ୍ଠ ଅଧିକାରୀ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବିମାନ ଘାଟିକୁ ନେଇ ଆଲୋଚନା କରିଥିଲେ । ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିରୁ ୯ ଜଣିଆ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହେବ । ପ୍ରତି ସପ୍ତାହରେ ଦୁଇ ଥର ଲେଖାଏଁ ଭୁବନେଶ୍ବରରୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ ହେବ ବୋଲି ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ସଚିବ । ପ୍ରାଥମିକ ପର୍ଯ୍ୟାୟରେ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭିତ୍ତିଭୂମି ବଢ଼ିବା ପରେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଆହୁରି ଅଧିକ ବିମାନ ଚଳାଚଳ ଓ ସିଟ୍ ବୃଦ୍ଧି ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ପିଡ଼ି ଡ଼ିଆରଡ଼ିଏ ଭି କୀର୍ତ୍ତି ଭାସନ୍ କହିଛନ୍ତି।ସଚିବ ଙ୍କ ସମୀକ୍ଷା ବେଳେ ଏସପି ସର୍ବନା ବିବିକ ଏମ,ଉପିଲାପଲ୍ ଆଶୁତୋଷ କୁଲଙ୍କର୍ଣି, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ତପନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।