କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ପୁରୀ,
ଓଡ଼ିଶା ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ବିଜେପି ଯୁବ ମୋର୍ଚ୍ଚା ଆସନ୍ତା କାଲି ଶାନ୍ତି ପୂର୍ଣ୍ଣ ଭାବେ ବିଧାନସଭା ଘେରାଉ କରୁଥିବା ଵେଳେ ବିଜେଡି ର ଖାକି ଗୁଣ୍ଡା ବାହୀନି ଦ୍ୱାରା ଯୁବ ମୋର୍ଚ୍ଚା ର ଭାଇ ମାନଙ୍କ ଉପରେ ଆକ୍ରମଣ କରାଯିବା ସହିତ ଯୁବ ମୋର୍ଚ୍ଚା ସଭାପତି ଇରାସିଶ୍ ଆଚାର୍ଯ୍ୟ ଙ୍କ ସମେତ ୨୪ ଜଣଙ୍କୁ ଏକତରଫା ଭାବେ ଗିରଫ କରାଯାଇ ଜେଲ୍ କୁ ପଠାଯାଇଛି। ଅନ୍ୟପକ୍ଷରେ ପୋଲିସ ଉପରେ କୌଣସି କାର୍ଯ୍ୟାନୁନୁଷ୍ଠାନ ନିଆଯାଇ ନାହିଁ। ଏହାକୁ ବିରୋଧ କରି ବିଜେପି ଯୁବ ମୋର୍ଚ୍ଚା ପୁରୀ ତରଫରୁ ବୁଧବାର ସନ୍ଧ୍ୟା ୫ଘଣ୍ଟିକା ସମୟ ରେ ଆଠରନଳା ଠାରେ ନବୀନ ପଟ୍ଟନାୟକ ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିରେ ପୁରୀ ଜିଲ୍ଲା ବିଜେପି ପୂର୍ବତନ ସଭାପତି ପ୍ରଭଞ୍ଜନ ମହାପାତ୍ର, ସଞ୍ଜୀବ ମୁଖାର୍ଜୀ, ପ୍ରତାପ ମହାନ୍ତି, ଜିତୁ ମହାନ୍ତି,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ, ରାଜ୍ୟ ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ଲେଙ୍କା, ଯୁବ ମୋର୍ଚ୍ଚା ର ସାଧାରଣ ସମ୍ପାଦକ ବିଶ୍ୱଜିତ୍ ମହାନ୍ତି, ରାଜେଶ ପରିଡା, ଉପ ସଭାପତି ମନୋଜ ବିଶୋଇ, ବାହୁଡା଼ ପ୍ରଧାନ, ସମ୍ପାଦକ ସଂଗ୍ରାମ ପରିଡ଼ା, ବିଭୁ ରଥ, ପ୍ରଦୀପ ପରିଡା, ପ୍ରଦୀପ ନାୟକ, ମଣ୍ଡଳ ସଭାପତି ପଦୀୟା ନାୟକ, ସଞ୍ଜୀବ ବଳିୟାରସିଂ, ପ୍ରଜ୍ଞାନ ପାତ୍ର, ଭାସ୍କର ରେଡି, ଟୁନା ବାରିକ, ଦେବାଶିଷ ଚମ୍ପତି ଅନିଲ ସାହୁ, ଶକ୍ତି ମିଶ୍ର, ଶିବ ନାରାୟଣ ଦାଶ,ଅଜୟ ପ୍ରଧାନ, ପ୍ରଶାନ୍ତ ପଣ୍ଡା, ପଞ୍ଚୁ ପ୍ରଧାନ, ଆଲୋକ ମହାନ୍ତି, ବିଶ୍ବଭୂଷଣ ବାରିକ, ବିଶ୍ଵ ରଞ୍ଜନ ରାହୁଲ, ସ୍ନେହାଶିଷ ଦାଶ, ନିରୁ ପତି, ସୁମନ୍ତ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।
Related Stories
November 1, 2024