
-
କହିଲେ, ଗାନ୍ଧୀ ଓ ବୁଦ୍ଧଙ୍କ ଭୂମିର ଲୋକାଚାରରୁ ନିଅନ୍ତୁ ପ୍ରେରଣା
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଜି-୨୦ ଦେଶ ମାନଙ୍କର ବୈଦେଶିକ ମନ୍ତ୍ରୀ ମାନଙ୍କୁ ବୈଶ୍ୱିକ ଆହ୍ୱାନ ଗୁଡିକର ସମାଧାନ କରିବାକୁ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଭୁଲିବାକୁ ଅପିଲ କରିଛନ୍ତି । ସେ କହିଛନ୍ତି ଯେ ବିକାଶଶୀଳ ଦେଶ ମାନଙ୍କ ସମ୍ମୁଖରେ ଉର୍ଜା ଓ ଖାଦ୍ୟ ସଂକଟ ରହିଛି । ତାଙ୍କର ସ୍ୱରକୁ ମଂଚ ଯାଏ ପହଂଚାଇବାକୁ ଭାରତ ଗ୍ଲୋବାଲ ସାଉଥ ଇନିସିଏଟିଭର ଶୁଭାରମ୍ଭ କରିଛି । ଜି-୨୦ ଦେଶ ମାନଙ୍କର ମଧ୍ୟରେ ସହମତି ସ୍ଥାପିତ କରିବା ଓ ନିଶ୍ଚିତ ପରିଣାମ ଯାଏ ପହଂଚିବାର କ୍ଷମତା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତା ମାଧ୍ୟମରେ ଜି-୨୦ ବୈଦେଶିକ ମନ୍ତ୍ରୀ ମାନଙ୍କର ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଭାରତ ହେଉଛି ଗାନ୍ଧୀ ଓ ବୁଦ୍ଧଙ୍କର ଭୂମି । ସେମାନେ ଭାରତର ସଭ୍ୟତାଗତ ଲୋକାଚାରରୁ ପ୍ରେରଣା ନିଅନ୍ତୁ ଯାହା ଆମକୁ ବିଭାଜିତ କରେ ନାହିଁ ଓ ଆମର ଧ୍ୟାନ ସେହି ଆଡକୁ ଆକର୍ଷିତ କରାଏ ଯାହା ଆମ ସମସ୍ତଙ୍କୁ ଯୋଡିଥାଏ ।