
-
ରାଇସିନା ଡାଇଲୋଗ୍ସରେ ହେବେ ମୁଖ୍ୟ ଅତିଥି
ନୂଆଦିଲ୍ଲୀ, ଇଟାଲୀର ପ୍ରଧାନମ୍ତ୍ରୀ ଜିୟୋର୍ଜିୟା ମେଲୋନୀ ଭାରତର ଦୁଇ ଦିନିଆ ସରକାରୀ ଯାତ୍ରାରେ ନୂଆଦିଲ୍ଲୀ ପହଂଚିଛନ୍ତି । ତାଙ୍କ ସହିତ ଇଟାଲୀର ଉପ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଅନ୍ତୋନିୟୋ ତେୟାନୀ ଓ ଏକ ଉଚ୍ଚ ସ୍ତରୀୟ ବାଣିଜ୍ୟିକ ପ୍ରତିନିଧିଦଳ ମଧ୍ୟ ଭାରତ ଆସିଛି । ପ୍ରଧାନମନ୍ତ୍ରୀ ମେଲୋନୀ ଅଷ୍ଟମ ରାଇସିନା ଡାଇଲୋଗ -୨୦୨୩ରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ହେବେ । ଦିଲ୍ଲୀ ପହଂଚିବା ରରେ ମେଲୋନୀଙ୍କୁ ବିମାନ ବନ୍ଦରରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ଡ. ଭାରତୀ ପ୍ରବୀଣ ପାୱାର ସ୍ୱାଗତ କରିଛନ୍ତି ।