-
ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଷଡଯନ୍ତ୍ର ପ୍ରତିବାଦରେ ଆସନ୍ତାକାଲି ବିଜେପି ରାଜ୍ୟର ସମସ୍ତ ଥାନାରେ କରିବ ଏଫଆଇଆର
ଭୁବନେଶ୍ୱର, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଏବଂ ଷଡଯନ୍ତ୍ର ପ୍ରତିବାଦରେ ଆସନ୍ତାକାଲି ବିଜେପି ରାଜ୍ୟର ସମସ୍ତ ଥାନାରେ ପୋଲିସ ଡିଜି,କଟକ-ଭୁବନେଶ୍ୱର ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଏଫ୍ଆଇଆର ଦାଖଲ କରିବ ଏବଂ ମାର୍ଚ୍ଚ ୪ ତାରିଖରୁ ଯୁବମୋର୍ଚ୍ଚା ରାଜ୍ୟର ସମସ୍ତ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ । ଏହା ସତ୍ୱେ ଯଦି ପୋଲିସ ପୋଲିସ ଏତଲା ନରଖିବ ତାହେଲେ ଦଳ କୋର୍ଟର ଦ୍ୱାରସ୍ଥ ହେବ । ବିଜେପି ସା.ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବାରୁ ରାଜ୍ୟ ସରକାର ଏବଂ ଓଡିଶା ପୋଲିସ ଯୋଜନାବଦ୍ଧ ଭାବେ ଯୁବମୋର୍ଚ୍ଚାର କଣ୍ଠରୋଧ କରିବା ପାଇଁ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଓଡିଶା ପୋଲିସକୁ ବିଧା ଗୋଇଠା ମାରିବା ପାଇଁ କିଏ ଅନୁମତି ଦଇଥିଲା?
ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅପାରଗତା ତଥା ଓଡିଶା ପୋଲିସର ପାରିବାପଣିଆର ଅଭାବ ଯୋଗୁଁ ରାଜ୍ୟରେ ମହିଳା ନିର୍ଯ୍ୟାତନାରେ ଦେଶରେ ଏକ ନମ୍ବର ଥିବାବେଳେ ଚୋରି ଡକାୟତି ବୃଦ୍ଧି ପାଉଛି । ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ହତ୍ୟା ଘଟଣାରେ ରାଜ୍ଯ ସରକାର ମୁହଁ ଖୋଲୁ ନାହାନ୍ତି ।
ସେ କହିଛନ୍ତି ଯେ ଡ଼ିଶାର ରାଜ୍ୟ ସରକାର ଅହଂକାରର ଚରମ ସୀମାରେ ପହଁଂଚିଛି । ରାଜ୍ୟରେ ଅରାଜକତା ଏବଂ କୁଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଯୁବମୋର୍ଚ୍ଚାକୁ ଆତଙ୍କର ବାତାବରଣ ସୃଷ୍ଟି କରି ଡରାଇବାର ରାଜ୍ୟ ସରକାର ପ୍ରୟାସ କରୁଛନ୍ତି ।