ଗଞ୍ଜାମ, ଆସନ୍ତା ୫ ତାରିଖରୁ ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ୯ ସିଟ୍ ବିଶିଷ୍ଟ ବିମାନ ଉଡିବା ନେଇ ଚୂଡ଼ାନ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି ସରିଛି । ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ଵର ଏବଂ ଭୁବନେଶ୍ଵରରୁ ରଙ୍ଗେଇଲୁଣ୍ଡା ଏହି ବିମାନ ଯାତ୍ରା କରିବ । କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରଙ୍ଗେଇଲୁଣ୍ଡା ବିମାନ ଘାଟିର ସମ୍ପ୍ରସାରଣ ଓ ବିକାଶ ପାଇଁ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ହେଲା ଗଞ୍ଜାମ ଜିଲ୍ଲା ବାସୀ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ନେଇ ଦାବି ଉପସ୍ଥାପନ କରି ଆସୁଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ଗଞ୍ଜାମ ବାସୀ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।