
ନୂଆଦିଲ୍ଲୀ,ବିଶିଷ୍ଟ ଶିଳ୍ପପତି ଗୌତମ ଅଦାନୀଙ୍କ ହିଣ୍ଡେନବର୍ଗ ରିପୋର୍ଟ ମାମଲାରେ ଶେୟାର ବଜାର କାରବାରରେ ସୁଧାର ଆଣିବାକୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅଭୟ ମନୋହରଙ୍କ ଅଧ୍ୟକ୍ଷତାରେ ଏକ ବିଶେଷଜ୍ଞ କମିଟି ଗଠନ କରିଛନ୍ତି । ଏହି କମିଟିରେ ଓପି ଭଟ୍ଟ, ଜଷ୍ଟିସ୍ ଜେପି ଦେବଧର, ନନ୍ଦନ ନିଲକେଣି, ସୋମଶେଖର ସୁନ୍ଦରେଶନ ଏବଂ କେବି କାମତ ସାମିଲ୍ ହୋଇଛନ୍ତି । ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଦୁଇ ମାସ ମଧ୍ୟରେ ଏନେଇ ରିପୋର୍ଟ ଦାଖଲ କରିବାକୁ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟପକ୍ଷରେ ଅଦାନି – ହିଣ୍ଡେନବର୍ଗ ମାମଲାର ତଦନ୍ତ ଜାରୀ ରଖିବାକୁ ଏବଂ ଏଥିରେ ସେବି ଆଇନର ଧାରା ୧୯ ଉଲ୍ଲଙ୍ଘନ ହୋଇଛି କି ନାହିଁ ତାହାର ଅନୁସନ୍ଧାନ କରିବାକୁ ସୁପ୍ରିମକୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଷ୍ଟକ୍ ର ମୂଲ୍ୟରେ ଭୁଲ୍ କରାଯାଇଛି କି ନାହିଁ ତାହାର ମଧ୍ୟ ଯାଂଚ୍ କରିବାକୁ କୋର୍ଟ ସେବିକୁ ନିର୍ଦ୍ଦେଶ ଦେଇଛନ୍ତି ।