
ଭୁବନେଶ୍ୱର, ଘରୋଇ ରନ୍ଧନ ଗ୍ୟାସ୍ ଦର ସିଲିଣ୍ଡର ପିଛା ୫୦ ଟଙ୍କା ଓ ବ୍ୟବସାୟିକ ରନ୍ଧନ ଗ୍ୟାସ୍ ଦର ସିଲିଣ୍ଡର ପିଛା ୩୫୦ ଟଙ୍କା ବୃଦ୍ଧି ଜନସ୍ୱାର୍ଥ ବିରୋଧୀ । ଦର ବୃଦ୍ଧି ବିରୋଧରେ ସ୍ଲୋଗାନ ଦେଇ କେନ୍ଦ୍ର କ୍ଷମତାକୁ ଆସିଥିବା ବି.ଜେ.ପି. ସରକାର ଏବେ କର୍ପୋରେଟ ଓ ବଡ଼ ବଡ଼ କମ୍ପାନୀ ସ୍ୱାର୍ଥରେ ଦିନରାତି ଲାଗି ପଡିଛନ୍ତି । ଗ୍ୟାସ୍ ଦର ବୃଦ୍ଧି ବିଶେଷକରି ଗରିବ, ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଲୋକଙ୍କୁ ବେଶି ବାଧିବ । ଯେତେବେଳେ ନିଯୁକ୍ତି ନାହିଁ, ଆୟ କମିଛି, ସେତେବେଳେ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ସିଧା ଲୋକଙ୍କ ପେଟକୁ ଲାତ ମାରିବା ସହ ସମାନ । ଏହି ଅନ୍ୟାୟୋଚିତ ଦରବୃଦ୍ଧିକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ସିପିଆଇ (ଏମ୍-ଏଲ୍) ଲିବରେସନ ତରଫରୁ ଦାବି କରାଯାଇଛି ।