ଭୁବନେଶ୍ୱର, ଦୁଇ ଦିନ ତଳେ ଓଡିଶା ସସ୍ଟେନେବଲ ଡେଭେଲପମେଂଟ ଗୋଲ୍ ଇଣ୍ଡେକ୍ସ ଫ୍ରେମ ଓ୍ôାର୍କର ଦ୍ୱିତୀୟ ସଂସ୍କରଣ ବା ଓଏସଆଇଏଫ-୨.୦ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ନାଗିରକ କୈନ୍ଦ୍ରିକ ଯୋଜନାକୁ ଧାରଣୀୟ ବିକାଶ ଲକ୍ଷ୍ୟର ଗୋଟିଏ ଗୋଟିଏ ପ୍ରତିକ ବୋଲି ଏହି ଓଏସଆଇଏଫ-୨.୦ ରେ କୁହାଯାଇଛି । ସେହି ପ୍ରତୀକମାନଙ୍କ ମଧ୍ୟରୁ ମିଶନ ଶକ୍ତି କଥାର ମଧ୍ୟ ଉଲ୍ଲେଖ ରହିଛି । ୭ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀରୁ ମାତ୍ର ୬୯ ହଜାର ସ୍ୱୟଂ ସହାୟକ ଗୋଷ୍ଟୀଙ୍କୁ କୈାଣସି ଉତ୍ପାଦନଶୀଳ କାର୍ଯ୍ୟକଳାପରେ ନିଯୁକ୍ତ କରାଇ ପାରିବା ଧାରଣୀୟ ବିକାଶର ଏହି ତଥାକଥିତ ପ୍ରତୀକଟିର ସଫଳତାକୁ ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ୨୩ ବର୍ଷ ଶାସନରେ ଓଡିଶାର ଧାରଣୀୟ ବିକାଶ କେବଳ ଏକ ଦିବାସ୍ୱପ୍ନ ପାଲଟିଛି । କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଦ୍ୱାରା ପ୍ରକାଶିତ ନବୀକରଣ ଶକ୍ତି ପ୍ରକଳ୍ପ ଯାଂଚ ଡିଭିଜନ୍ର ତଥ୍ୟାନୁଯାୟୀ ୨୦୨୧ ମେ ମାସରେ ଭାରତର ନବୀକରଣ ଶକ୍ତିତ୍ତଉତ୍ପାଦନ ଦେଶର ସମୁଦାୟ ବିଦ୍ୟୁତ ଉତ୍ପାଦନର ୧୨.୩୨ ପ୍ରତିଶତ ଥିଲା । ଓଡିଶାରେ ତାହା ଥିଲା ମାତ୍ର ୧.୫ ପ୍ରତିଶତ ।
୨୦୧୮ରୁ ଆରମ୍ଭ ହୋଇଥିବା ମହାନଦୀ ସବୁଜ ମିଶନରେ ୧୨୧.୫୪ କୋଟି ଟଙ୍କା ପାଣିରେ ପଡିଲା । କିନ୍ତୁ ସବୁଜ ବଳୟ ପାଇଁ ମହାନଦୀ, ଇବ୍ ଓ ତେଲ ନଦୀ ପଠାର ୪୧ ହଜାର ହେକ୍ଟର ପରିମିତ ଅଂଚଳରେ ୫କୋଟି ଚାରା ରୋପଣ କେବଳ କାଗଜ ପତ୍ରରେ ସୀମିତ ରହିଗଲା । ରାଜ୍ୟର ନଦୀମାନଙ୍କରୁ ଶିଳ୍ପ କାରଖାନାଗୁଡିକ ନିର୍ବିରୋଧ ପାଣି ଶୋଷି ଚାଲିଛନ୍ତି । ୫ଟି ସହର ସମେତ ଶାତାଧିକ ଜନବସତି ଉଜୁଡିବାକୁ ବସିଲାଣି । ଏସିଆ ମହାଦେଶର ସର୍ବବୃହତ ଶାଳ ଜଙ୍ଗଲ ସେରେଣ୍ଡା ଜଙ୍ଗଲ ମରୁଭୁମିରେ ପରିଣତ ହେବାର ଆଶଂକା ପ୍ରକାଶ ପାଇଲାଣି । ବୈତରଣୀରୁ ବିଆରପିଏଲ୍ ଓ ନିପ୍ପୋ ମିତଲ ଯଥାକ୍ରମେ ବାର୍ଷିକ ୪୧,୯୯,୫୪୪ କ୍ୟୁସେକ୍ ମିଟର ଓ ୧,୦୫,୧୬,୭୩୦ କ୍ୟୁସେକ୍ ମିଟର ପାଣି ବ୍ୟବହାର କରୁଛନ୍ତି । ଜେଏସ୍ଡବ୍ଲ୍ୟୁ ଓ ଜେଏସପିଏଲ ନିଜ ନିିଜ ସ୍ଲରୀ ପାଇପ ବିଚାଇବା ଆରମ୍ଭ କରିସାରିଲେଣି । ଆଉ ୨ଟି କଂପାନୀ ଏଥି ସକାଶେ ରାଜ୍ୟ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି । ଏହା ଛଡା ୮୧ଟି ଶିଳ୍ପ ସଂସ୍ଥାକୁ ବୈତରଣୀ ଅବବାହିକାରେ ଗଭୀର ନଳକୁପ ଖୋଳିବାର ଅନିମତି ଦିଆଯାଇଛି । ଫଳରେ ମାର୍ଚ୍ଚ ମାସରେ ବିଭିନ୍ନ ଶିଳ୍ପ ସଂସ୍ଥା ବୈତରଣୀର ୭୨ ପ୍ରତିଶତ ଓ ଏପ୍ରିଲରେ ୮୭ ପ୍ରତିଶତ ଜଳ ଶୋଷିନେବେ । ବୈତରଣୀର ଅକାଳ ମୃତ୍ୟୁ ହେବାକୁ ବସିଲାଣି । ବ୍ରାହ୍ମଣୀ ନଦୀର ମୁଖଶାଳା ଖରୋସ୍ରୋତା ନଦୀ ଯା୍ଜପୁରର ଟିକରପଡାରୁ ଖଣ୍ଡିତର ଭିତରେ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି । ପୁନରୁଦ୍ଧାର ପାଇଁ ପ୍ରସ୍ତାବିତ ୪.୬୭ କୋଟି ଟଙ୍କାର ବନ୍ଦୋବସ୍ତ ରାଜ୍ୟ ସରକାର କରୁନାହାନ୍ତି । ମହାନଦୀର ଶାଖା ସୁକ ପାଇକା ନଦୀର ଅବସ୍ଥା କିଶନନଗର, କଟକ ସଦର, ନିଶ୍ଚିନ୍ତକୋଇଲି ଓ ରଘୁନାଥପୁର ଅଂଚଳରେ ଅତ୍ୟନ୍ତ ଦୟନୀୟ । ବର୍ଜ୍ୟବସ୍ତୁ ଯୋଗୁଁ ସୁନା, ପ୍ରାଚୀ ଓ ଗଙ୍ଗୁଆ ନଦୀର ଜଳଧାôଣା କ୍ଷମତା ହ୍ରାସ ବା ପ୍ରଦୁଷିତ ହୋଇଛି । ଲୁହାପଥର ଗୁଣ୍ଡରେ କାରୋ ନଦୀର ସୁନ୍ଦରଗଡ ଜିଲ୍ଲା ଟେନସାସ୍ଥିତ ଉତ୍ପତି ସ୍ଥାନ ପୋତି ହୋଇଗଲାଣି ।
ମାତୃମୃତ୍ୟୁ ହାର (ପ୍ରତି ହଜାରରେ ୧୧୯), ଜନ୍ମର ୨୮ ଦିନ ମଧ୍ୟରେ ଶିଶୁ ମୃତ୍ୟୁ ହାର (ପ୍ରତି ହଜାରରେ ୨୭), ନବଜାତକ ମୃତ୍ୟୁ ହାର (ପ୍ରତି ହଜାରରେ ୩୬) ଓ ୫ ବର୍ଷରୁ କମ୍ ଆୟୁରେ ଶିଶୁ ମୃତ୍ୟୁ ହାର (ପ୍ରତି ହଜାରରେ ୪୧) ଦୃଷ୍ଟିରୁ ସାରା ଦେଶରେ ଓଡିଶା ଏକ ପଛୁଆ ରାଜ୍ୟ । କେବଳ ୨୦୨୧-୨୨ରେ କୁପୋଷଣ, ଉପଯୁକ୍ତ ଚିକିତ୍ସାର ଅଭାବ ଓ ସରକାରୀ ଅବହେଳ କାରଣରୁ ୧୪,୨୨୮ ଶିଶୁ ମୃତ୍ୟୁବରଣ କରିଛନ୍ତି । ଏହା ଆମ ଧାରଣୀୟ ବିକାଶ ନା ନିରନ୍ତର ବିନାଶର ପ୍ରତୀକ ? ନିର୍ଲଜତାର କେଉଁ ସୀମାକୁ ଉଲ୍ଲଂଘନ କଲେ ନିଜ ରାଜ୍ୟର ୩୧ ପ୍ରତିଶତ ଶିଶୁ ବୟସାନୁପାତରେ ଉଚ୍ଚତା ଓ ୧୮ ପ୍ରତିଶତ ଶିଶୁ ବୟସାନୁପାତରେ ଓଜନ ନଥିଲେ ବି ଗୋଟିଏ ସରକାର ନିଜ ଧାରଣୀୟ ବିକାଶ ଲକ୍ଷ୍ୟର ସୁଚନାଂକ ଢାଂଚା ପକାଶ କରିପାରେ, ତାହା ଜନସାଧାରଣଙ୍କ ବିଚାର ପାଇଁ ଆମେ ଛାଡିଦେଲୁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା ଏବଂ ଗଣମାଧ୍ୟମ ସହ ପ୍ରମୁଖ ସୁଜିତ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।