
ଭୁବନେଶ୍ୱର,ଲୋୟର ପିଏମଜିରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଯୁବ ମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ଉପରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଓ ମିଛ କେସ୍ ଦାୟର କରି ଗିରଫ କରାଯିବାର ପ୍ରତିବାଦ କରିବ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି । ଆଜି (ବୁଧବାର) ଅପରାହ୍ନରେ ମାଷ୍ଟରକ୍ୟାଂଟିନ ଛକ ଠାରେ ଜିଲ୍ଲା ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁ୍ତଳିକା ଦାହ କରାଯିବ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ ରାଜ୍ୟ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଗତକାଲି ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ଉଦ୍ୟମ କରାଯାଇଥିଲା । ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ୍ ଲାଠି ମାଡ କରିଥିଲା । ଫଳରେ ବହୁ କାର୍ଯ୍ୟକର୍ତା ୍ରଆହତ ହୋଇଥିଲେ । ଏହାସହ ପୋଲିସ୍ ବହୁ କାର୍ଯ୍ୟକର୍ତାଙ୍କୁ ଗିରଫ କରିଥିଲା । ଅପରପକ୍ଷରେ ଆନ୍ଦୋଳନକାରୀଙ୍କ ଢେଲା ମାଡରେ କିଛି ପୋଲିସ୍ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ପୋଲିସ୍ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ରାତିରେ କ୍ୟାପିଟାଲ ଥାନା ସମ୍ମୁଖରେ ଧାରଣା ଦିଆଯାଇଥିଲା ।