
ଭୁବନେଶ୍ୱର, ସୋସିଆଲ୍ ମିଡିଆରେ ୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗରେ ସାଇବର ଥାନାରେ ଏତଲା ଦିଆଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କିଛି ଲୋକେ ଦଲାଲି କରିବାକୁ ନକଲି ପ୍ରଶ୍ନପତ୍ର ଭାଇରାଲ୍ କରୁଛନ୍ତି ।ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ, କୌଣସି ସତ୍ୟତା ନାହିଁ ।
ସେ ଆହୁରି କହିଛନ୍ତି ଯେ ଅଧ୍ୟାପକ ମାନେ ଅନୁରୋଧ ରକ୍ଷା କରି ପରୀକ୍ଷା ପରିଚାଳନାରେ ସହଯୋଗ କରୁଛନ୍ତି । ଶୃଙ୍ଖଳାର ସହିତ ପରୀକ୍ଷା ଚାଲିଛି ।
ସୂଚନାଯୋଗ୍ୟ ଯେ ବୁଧବାର ଠାରୁ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ବିଷୟର ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଏହା ନକଲି ଏହା ଉପରେ ବିଶ୍ୱାସ ନକରିବାକୁ ଗତକାଲି ସିଏଚଏସଇ ପକ୍ଷରୁ ପରାମର୍ଶ ଦିଆଯାଇଥିଲା ।